oom

ଲଉଡ଼ିଧରା ଗ୍ରାମରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଧରା ପଞ୍ଚାୟତ ତଥା ଗ୍ରାମରେ ଭିନ୍ନ ଏକ ଢଙ୍ଗରେ ପାଳନ ହୋଇଥାଏ ରାବଣ ପୋଡି ଉତ୍ସବ । ଗତ ୩ ଦିନ ଧରି ଗ୍ରାମରେ ଅନୁଷ୍ଠିତ ଏହି ପର୍ବରେ ପ୍ରଭୁ ଶ୍ରୀରାମ ଭ୍ରାତା ଲକ୍ଷ୍ମଣ ଓ ମାତା ସୀତା ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ପୂଜା ଅର୍ଚ୍ଚନା କରାଯାଇଛି । ସୁସଜ୍ଜିତ ପୂଜା ମଣ୍ଡପରେ ପ୍ରଭୁଙ୍କ ଦର୍ଶନ ପାଇଁ ନୀତି ଦିନ ଭକ୍ତଙ୍କ ଖୁବ୍‌ ଭିଡ ଲାଗୁଥିବା ବେଳେ ପୂଜା ମଣ୍ଡପଠାରୁ ସେବାଶ୍ରମ ସ୍କୁଲ ପର୍ଯ୍ୟନ୍ତ ରଙ୍ଗ ବେରଙ୍ଗର ଆଲୋକ ଶଯ୍ୟା ଏବଂ ସନ୍ଧ୍ୟା ପୂଜନ ପାଇଁ ଦୀପ ଆଦିରେ ସଜାଇହୋଇ ଆଲୋକିତ ହେଉଥିବା ବେଳେ ପ୍ରତିଦିନ ଭଜନ କୀର୍ତ୍ତନ ଆଦି ସହ ଅନ୍ତିମ ଦିନ ଶରତ ପୂର୍ଣ୍ଣିମା ତଥା କୁମାର ପୂର୍ଣ୍ଣିମାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଯାହାକୁ ଦେଖିବା ପାଇଁ ଅଞ୍ଚଳର ବିଭିନ୍ନ ସ୍ଥାନ ସହ ପଡୋଶୀ ଛତିଶଗଡ଼ରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା । ପୂଜାରେ କର୍ତ୍ତା ଭାବରେ ଅବସରପ୍ରାପ୍ତ ପ୍ରଫେସର ମହେନ୍ଦ୍ର କୁମାର ଭୋଇ ଏବଂ ତାଙ୍କ ପତ୍ନୀ ଅବସରପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ ଉମା ଭୋଇ ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ଭାବରେ ମନୋଜ କୁମାର ପାଢ଼ୀ, ଖଗେଶ୍ଵର ମହାପାତ୍ର, ଜଗତ ସାହୁ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଶେଷ ଦିନ ପ୍ରଭୁ ଶ୍ରୀରାମଙ୍କ ରୂପରେ କର୍ତ୍ତା ଶ୍ରୀ ଭୋଇ ଗ୍ରାମ ପରିକ୍ରମା କରିଥିବା ବେଳେ ଭାବ ବନ୍ଧ ଠାକୁରଙ୍କ ପ୍ରତିରୂପ ସ୍ଵରୂପ ଶ୍ରୀରାମଙ୍କ ଅଭିନୟରେ ଥିବା ଶ୍ରୀ ଭୋଇଙ୍କର ଗ୍ରାମବାସୀ ପାଦ ଧୋଇବା ସହ ରାବଣ ଦହନ ସ୍ଥଳକୁ ପାଛୋଟି ନେଇ ରାବଣ ପୋଡି ଉତ୍ସବ ସମ୍ପୂର୍ଣ୍ଣ କରିବା ସହ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ଜୟ ଜୟ ଘୋଷ୍ ବାତାବରଣକୁ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ କରିଦେଇଥିଲା ।

jittmm
Leave A Reply

Your email address will not be published.