oom

ଗ୍ରାମାଞ୍ଚଳରେ ପ୍ରାଥମିକ ଚିକିତ୍ସା କର୍ମଶାଳା ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍‌ ୟୁନିଟ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ବ୍ରାହ୍ମଣୀ ଗ୍ରାମଠାରେ ଗ୍ରାମବାସୀମାନଙ୍କୁ ନେଇ ପ୍ରାଥମିକ ଚିିକିତ୍ସା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜୁନିୟର ରେଡକ୍ରସ୍‌ କାଉନସିଲର ରାମ ନାରାୟଣ ଦାଶଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଜେମାମଣି ମଲ୍ଲିକ ଓ ସମାଜସେବୀ ଗରିବ ମଲ୍ଲିକ ଯୋଗଦାନ କରିଥିଲେ । ପ୍ରାଥମିକ ଚିକିତ୍ସାର ଫାଷ୍ଟ ଏଡର ରାମ ନାରାୟଣ ଦାଶ ପ୍ରାଥମିକ ଚିକିତ୍ସା ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋଷ୍ଟେସନ ମାଧ୍ୟମରେ ରିକୋଭରି ପୋଜିସନ, ସକ୍‌ ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ । ବିଜ୍ଞାନ ସମ୍ମତ ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କ’ଣ ନ କରିବା ତାହା ଶ୍ରୀ ଦାଶ ବୁଝାଇଥିଲେ । ଏହି ଅବସରରେ ଗ୍ରାମବାସୀମାନଙ୍କୁ ୧୧୨ ନମ୍ବର ବିଷୟରେ ସୂଚନା ମଧ୍ୟ ଦେଇଥିଲେ । କାର୍ଯ୍ୟକ୍ରମରେ କନ୍ଦର୍ପ ବଗର୍ତ୍ତି, ନକୁଳ ସାହୁ, ସୁରେଶ ବଗର୍ତ୍ତି, ହର ବାରିକ, ଲିପ୍‌ସା ସାହୁ, ସୁମତି ବଗର୍ତ୍ତି, ତ୍ରିବେଣୀ ଜାନି, ସୁନିତା ଦୀପ, ନମିତା ସାହୁ, ଭୋଲା ଶଙ୍କର ବଗର୍ତ୍ତି, ରକ୍ମନ ବାରିକ, ମଣିମା ବଗର୍ତ୍ତି, ମଣିମା ବାରିକ, ସାନିଆ ବାରିକ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ୍‌ର ଜୁନିୟର ସୁନିଲ ରଣା ପରିଚାଳନା କରିଥିବା ବେଳେ ଜୁନିୟର ରିତେଶ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.