oom

ଭାଲୁପାଲିରେ ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଭାଲୁପାଲି ଗାଁରେ ଚତୁର୍ଥ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଅତି ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଗାଁର ସମସ୍ତ ଘର ସାମ୍ନାରେ ଶୁଭ କଳସ ସ୍ଥାପନ କରାଯାଇଥିବା ବେଳେ ଆକର୍ଷଣୀୟ ଝୋଟି ଅଙ୍କାଯାଇଥିଲା । ଏହି ଉତ୍ସବରେ କଳା ସଂସ୍କୃତି ପରମ୍ପରାକୁ ଆଖି ଆଗରେ ରଖି ଗ୍ରାମର ବୟୋଜୈଷ୍ଠ ବୃଦ୍ଧ ବୃଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଗୀତ, ନାଚ, କବିତା, କମେଡି, ହଲିଆଗୀତ, ହୁଲାହୁଲି, ସିଲୋଲାଇ, ମ୍ୟୁଜିକ ଚେୟାର୍, ମଠିଆ ଫଟା, ବାଡି ଟଣା, ସିଲୋଲାଇ, ଭାଷଣ, ବୁହାସେନ୍ କାନ୍ଦି, ଛୁଆଭୁର୍ତା ଗୀତ୍, ଦୁଆରି ଗୀତ୍, ଜଣା ଅଜଣା ଭଲି ବହୁ ପ୍ରକାର ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିବା ସହ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଦିଆଯାଇଥିଲା । ମୁଖ୍ୟ ଅତିଥି ଡ. ମୁକେଶ ମହାଲିଙ୍ଗ (ବିଧାୟକ ଲୋଇସିଂହା) ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ନୂଆଁଖାଇ ବିଷୟରେ ସମ୍ୟକ୍ କହିଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାଲୁପାଲି ଗାଁରେ ଭାଇଚାରା ବୃଦ୍ଧି ପାଉଛି ବୋଲି ଉଚ୍ଚ ପ୍ରଶଂସା କରିଥିଲେ । ପରେ ସମ୍ମାନିତ ଅତିଥି ଗୀତାଞ୍ଜଳି ଦାଶ (ଆଗଲପୁର ବ୍ଲକ ଅଧ୍ୟକ୍ଷା) ନୂଆଁଖାଇର ମହାତ୍ମିୟତା ଉପସ୍ଥାପନା କରିଥିଲେ । ନୂଆଁଖାଇ ଭେଟ୍‌ଘାଟ୍ କମିଟିର ସଭାପତି ସୂର୍ଯ୍ୟଭାନୁ ଭୋଇ ଏବଂ ସମ୍ପାଦକ ସତ୍ୟ ପଟେଲ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ । କବି ରୁକ୍ମଣ ବିଶ୍ୱାଲ ମଞ୍ଚ ସଞ୍ଚାଳନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ କମିଟିର ସମ୍ପାଦକ ସତ୍ୟ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.