jayashree

ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସେମିନାର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁସାରେ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ଏକ ସେମିନାର ସ୍ୱାଧିନତା ସଂଗ୍ରାମରେ ଓଡିଶାର ଅବଦାନ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ଯୋଗଦେଇ ପ୍ରତିଯୋଗୀ ଓ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାରେ ଯୁକ୍ତ ତିନି ଶେଷ ବର୍ଷର ବିଶ୍ୱବିଦ୍ୟାଳୟସ୍ତରରେ ହୋଇଥିବା ପରୀକ୍ଷାରେ ଶିକ୍ଷା ବିଭାଗରେ ଷଷ୍ଠ ସ୍ଥାନ ପାଇଥିବା ଲାଲିମା ସାହୁ, ଇତିହାସ ବିଭାଗରେ ୫ମ ସ୍ଥାନ ପାଇଥିବା ମନୀଷା ସାହୁ, ଗୃହ ବିଜ୍ଞାନ ବିଭାଗରେ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଥିବା ମୀନତି ନାୟକ ଓ ସୋନାଲି ସାହୁଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ସୁମିତା ମିଶ୍ର ଅଧ୍ୟକ୍ଷତାରେ ସେମିନାର ପରିଚାଳିତ ହୋଇଥିଲା । ଅଧ୍ୟାପିକା କବିତା ସାହୁ, ଡ. ଯାଜ୍ଞସେନୀ ପାଣିଗ୍ରାହୀ, ଦୀପ୍ତି ନନ୍ଦ, ଅଞ୍ଜଳି ସେଠୀ, ସୁଜାତା କୁମାରୀ ବେହେରା ଏବଂ କର୍ମଚାରୀ ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସାମନ୍ତରାୟ, ଏନ୍‌. ଜନାର୍ଦ୍ଦନ ରେଡ୍ଡୀ ଓ ପି. ନାଗମ୍ମା ସହଯୋଗ କରିଥିଲେ । ଏଥିରେ ଏନ୍‌. ସିମରନ୍ ଆଚାରୀ, ଅନୁସୂୟା ସେଠୀ, ସୋନାଲିକା ପଟ୍ଟନାୟକ, ପୂଜା ନାୟକ ପତ୍ର ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.