ରୋତ ଗ୍ରାମ ପଂଚାୟତରେ ଇ-ପଂଚାୟତ ସଭା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ ଗ୍ରାମ ପଂଚାୟତ ସଭାଗୃହଠାରେ ଇ-ପଂଚାୟତ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସ୍ଥାନୀୟ ସରପଂଚ ଜୟ ଲାଲ ସିନ୍ଦୁରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ନାଏବ ସରପଂଚ, ସମିତି ସଭ୍ୟ, ସମସ୍ତ ୱାର୍ଡ ମେମ୍ବର, ଗ୍ରାମ ରୋଜଗାର ସେବକ ପ୍ରମୁଖ ଉପସ୍ଥିତ ଥିଲେ । ପଂଚାୟତ ନିର୍ବାହୀ ଅଧିକାରୀ ବରୁଣ ଥନାପତି ଓ ଗ୍ରାମ ରୋଜଗାର ସେବକ ସଭାକୁ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ପୂର୍ବ ବୈଠକର ବିବରଣୀ ପଠନ, ଆୟ ବ୍ୟୟ ବଳକା ହିସାବ, ଏସଏଫସି, ସିଏଫସି, ପିଡିଏସ, ଏଚଏସଇ ଏବଂ ଭତ୍ତା ବାବଦରେ ଆଲୋଚନା ହୋଇଥିଲା । ସଭା ଶେଷରେ ପଂଚାୟତ ନିର୍ବାହୀ ଅଧିକାରୀ ବରୁଣ ଥନାପତି ଓ ଧନ୍ୟବାଦ ଦେଇ ସଭା ସାଂଗ ଘୋଷଣା କରିଥିଲେ ।

Leave A Reply

Your email address will not be published.