oom

ଝିଟିକି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଫାଇନ ଆଦାୟ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅନ୍ତର୍ଗତ ଝିଟିକି ଗ୍ରାମରେ ଥିବା ଅସ୍ଥାୟୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଅନ୍ୟାୟ କାସ୍ତ ବିରୁଦ୍ଧରେ ଫାଇନ ଆଦାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଲ ତହସିଲଦାର ଅକ୍ଷୟ କୁମାର ବାଗ ଯୋଗଦେଇ ୫୧ ଗୋଟି ମାମଲାର ଶୁଣାଣି କରିଥିଲେ । ସରକାରୀ ଜମି ଜବରଦଖଲ କରି ଚାଷ କରୁଥିବା ଲୋକଙ୍କଠାରୁ ଆଦାୟ କରାଯାଉଥିବା ଫାଇନକୁ ଅନ୍ୟାୟ କାସ୍ତ ବିରୁଦ୍ଧରେ ଫାଇନ ଆଦାୟ ବୋଲି କୁହାଯାଇଥାଏ । ଏହି କାର୍ଯ୍ୟକ୍ରମରେ ୫୧ ଗୋଟି ମାମଲାର ଶୁଣାଣି କରାଯିବ ସହ ସେମାନଙ୍କ ଠାରୁ ମୋଟ ୮୦,୧୦୦ ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ପାଇକମାଲ ତହସିଲଦାର ଅକ୍ଷୟ କୁମାର ବାଗ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ କୁମାର ଦେବତା, ଝିଟିକି ରାଜସ୍ୱ ନିରୀକ୍ଷକ ମାଧୁରୀ ନାଏକ, ଅମିନ ଅକ୍ଷୟ ପାଢ଼ୀ, ସହାୟକ ନନ୍ଦଳାଳ ବରିହା ଏବଂ ହୃଷିକେଶ ମୁଟକିଆ ପ୍ରମୁଖ ଉପସ୍ଥିତ ରହି ଫାଇନ ଆଦାୟରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.