ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କିଲଟରୀ ସ୍ଥିତ ନୂତନ ସଭା ଗୃହରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ଓ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଏ.ଆର୍‌. କ୍ରମର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର ସ୍ୱଂୟ ସହାୟକ ଦଳଗୁଡିକର ପ୍ରାୟ ୧୦୦ ଜଣ ସଦସ୍ୟ ଭାଗ ନେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମର ନମିତା ସା ଏ.ଆର୍‌ କ୍ରମ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନାର ଚତୁର୍ଥ ପୁରସ୍କାର ରାଶି ୫୦,୦୦୦ ଟଙ୍କା ଲାଭ କରିଥିଲେ । ଲମ୍ବୋଧର ଧରୁଆ, ଉପ ଜିଲ୍ଲାପାଳ, ବଲାଙ୍ଗିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତି ସାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବାଷ ଚନ୍ଦ୍ର ଷଡଙ୍ଗୀ, ମୁଖ୍ୟ ଡାକମାଷ୍ଟର, ସନ୍ତୋଷ କୁମାର ମେହେର, ବରିଷ୍ଠ ପରିଚାଳକ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ବଲାଙ୍ଗିର ଓ ଓମ୍‌ ପ୍ରକାଶ ମୁଣ୍ଡ, ଆର୍ଥିକ ସାକ୍ଷରରତା ଉପଦେଷ୍ଟା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତଭୁକ୍ତିକରଣ ଉପରେ ବିଶଦ ଆଲୋଚନା କରିଥିଲେ । ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତଭୁକ୍ତିକରଣର ସ୍ୱତନ୍ତ୍ର ଅଧିକାରୀ ବିଜୟ କୁମାର ଶତପଥି ସାଇବର ଫ୍ରଡ୍‌ ଉପରେ ବିଶଦ ଆଲୋଚନା କରିଥିଲେ ଓ ସଭାପରିଚାଲନା କରିଥିଲେ ।

Leave A Reply

Your email address will not be published.