oum

ରାମଜୀ ଯୁବକ ସଙ୍ଘ ତରଫରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ

jsm

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ) ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ ରାମଜୀ ଯୁବକ ସଙ୍ଘ ତରଫରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଆବାଳ ବୃଦ୍ଧବନୀତା ଉପସ୍ଥିତ ରହି କିପରି ପାରମ୍ପାରିକ ଭାବେ ଶ୍ରୀରାମ ଲୀଳାର ପୁନଃଉଦ୍ଧାର ହେବ ବୈଠକରେ ସମସ୍ତେ ମତ ପୋଷଣ କରିଥିଲେ । ଏହି ବୈଠକରେ ସଦାନନ୍ଦ ପଶାୟତ, ନରସିଂହ ସାହୁ, ଗୋପୀନାଥ ଦୀପ, ନବୀନ ବିଶ୍ୱାଲ, ଭଗବାନ ବିଶ୍ୱାଲ, ଉମେଶ ମେହେର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷ ସେମାନଙ୍କ ସ୍ୱତନ୍ତ୍ର ମତ ରଖିଥିଲେ । ଆଧୁନିକତାର ପଙ୍କୀଳ ପୋଖରୀରେ ଆଜିର ସମାଜ ମାତି ଥିବା ବେଳେ ପାରମ୍ପାରିକ ଶ୍ରୀରାମ ଲୀଳା ନୂଆଁ ଦିଗଦର୍ଶନ ଦେବ ସମାଜକୁ ବୋଲି ବିଶିଷ୍ଟ କଲାକାର ଗୋପୀନାଥ ଦୀପ କହିଥିଲେ । ନିଷ୍ଟା ଓ ତ୍ୟାଗରେ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାକୁ ହେଲେ ଯୁବପିଢି ଆଗକୁ ଆସିବାକୁ ହେବ ବୋଲି ବୈଠକର ସଭାପତି ସଦାନନ୍ଦ ପଶାୟତ କହିଥିଲେ ।

Leave A Reply

Your email address will not be published.