oum

ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାରର ସତସଙ୍ଗ ଦକ୍ଷିଣ ରାଉରକେଲାରେ ଅନୁଷ୍ଠିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ରାଉରକେଲାର ସେକ୍ଟର-୨୨ର ପରିସରରେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ସମିତିର ସତସଙ୍ଗ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ମାର୍ଥା ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଯୋଗ ଓ ଯୋଗ ଦର୍ଶନର ଗୁଢ଼ତତ୍ତ୍ଵ ଉପରେ ଆଲୋକପାତ କରି ମାନବ ସମାଜକୁ ନିରୋଗ ଓ ସୁସ୍ଥ ରଖିବା ପାଇଁ ଯୋଗ ଏକମାତ୍ର ମାର୍ଗ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଏସ୍‌ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇଁ, ଜିଲ୍ଲା ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଯୋଗର ଉପକାରିତା ଓ ମାନବ ସମାଜର ମଙ୍ଗଳ ପାଇଁ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଯୋଗର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପରମପୂଜ୍ୟ ସ୍ୱାମୀଜୀ ମହାରାଜ ରାମଦେବଜୀଙ୍କ ଅବଦାନ ଉପରେ ଚର୍ଚ୍ଚା କରିଥିଲେ । ବରିଷ୍ଠ ଯୋଗ ଶିକ୍ଷକ ତଥା ବିର୍ସା ତହସିଲ୍ ପ୍ରଭାରୀ ହେମନ୍ତ ଜେନାଙ୍କ ମାର୍ଗ ଦର୍ଶନରେ ଯୋଗ ଆଧାରିତ ସଙ୍ଗୀତ ସହ ଆସନ ଏବଂ ଭଜନ ପରିବେଷଣ କରିଥିଲେ ପୁଷ୍ପିତା ମହାପାତ୍ର ଓ ନିରୂପମା ନାୟକ । ଯୋଗ ସାଧକ ଓ ସାଧିକାମାନଙ୍କ ପାଇଁ ଯୋଗ କୁଇଜ, ବିଭିନ୍ନ ମନୋରଞ୍ଜନ ଖେଳ ସହିତ ପୁରସ୍କାର ବିତରଣ କରାଯାଇଥିଲା ଓ ଏହାକୁ ପରିଚାଳନା କରିଥିଲେ ଅଦିପ୍ତ କୁମାର ପୃଷ୍ଟି । ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ପରିଡା, ତ୍ରିଲୋଚନ ପରିଡ଼ା, ମାନସି ଦାସ, ଗୋପାଳୀ ମାର୍ଥା, ରାଣୀ ନ୍ୟୁଟନ୍ ଦୀପ୍ତି, ଜସ୍ମିତା ଜେନା, ନଗେନ୍ଦ୍ର ନାଥ ସ୍ୱାଇଁଙ୍କ ସମେତ ଶତାଧିକ ଯୋଗ ସାଧକ ଓ ସାଧିକାମାନେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.