ରାଉରକେଲା ମହାବିଦ୍ୟାଳୟରେ ବାର୍ଷିକ ‘ଫେଏଟ୍’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ, ପାନୀୟ ଓ ସ୍ୱଚ୍ଛତା ବିଭାଗ ତରଫରୁ ଏବଂ ଅଧ୍ୟାପକ ଅଜିତ ବେକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ ‘ଫେଏଟ୍’ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ପ୍ରଧାନ ଅନୁଷ୍ଠାନିକ ଭାବରେ ଏହି ବାର୍ଷିକ ‘ଫେଏଟ୍’କୁ ଉଦ୍‌ଘାଟନ କରିଥିଲେ । ଏହି ‘ଫେଏଟ୍’ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ । ଛାତ୍ରଛାତ୍ରୀମାନଙ୍କ ଭିତରେ ଆତ୍ମନିର୍ଭରଶୀଳତା ଓ ଆତ୍ମ କର୍ମ ନିଯୁକ୍ତି ପ୍ରୋତ୍ସାହନ ନିମିତ୍ତ ଉଦ୍ଦିଷ୍ଟ ଏହି ବାର୍ଷିକ ‘ଫେଏଟ୍’ରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ନିଜର ଷ୍ଟଲ୍ ଲଗାଇଥିଲେ । ‘ଫେଏଟ୍‌’ର ଖାଦ୍ୟ ବିଭାଗର ମୁଖ୍ୟ ଆକର୍ଷଣ ପାରମ୍ପରିକ ମାଣ୍ଡିଆ ପିଠା, ମାଣ୍ଡିଆ ପକୋଡ଼ା, ଲିଟି ଚୋଖା, ଗୁଜରାତୀ ଥେପଲା, ଦହିବରା, ପନିର ଟିକି, ଆଳୁ ଟିକି, ଆରିସା ପିଠା, ପୋଡ଼ ପିଠା, ଲାଉ ପିଠା, କୋନ ଚାଟ, ଗୁପ୍‌ଚୁପ୍‌, ମଞ୍ଚୁରିଆନ୍, କେକ୍ ଥିଲା ବେଳେ ପାନୀୟ ବିଭାଗରେ ଟଙ୍କ ତୋରାଣି, ବ୍ଲୁ ଲାଗୁନ୍ ମକଟେଲ୍, ରାବିଡି ଲସି, ବେଲ ପଣା, ଚକୋଲେଟ ସେକର ମଜା ଉଠାଇଥିଲେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ପରିବାର ବର୍ଗ । ଏତଦ୍ ବ୍ୟତୀତ ‘ଫେଏଟ୍‌’ର ଖେଳ ଷ୍ଟଲ୍ ସବୁ ସମସ୍ତଙ୍କର ମନୋରଞ୍ଜନର କେନ୍ଦ୍ରବିନ୍ଦୁ ସାଜିଥିଲା । ସଭା ଶେଷରେ ଝିଅମାନେ ଭିଡ଼ ଜମେଇଥିଲେ ମେହେନ୍ଦି ଷ୍ଟଲରେ । ଖୁସିର କଥା ଯେ, ୯୦ଭାଗ ଷ୍ଟଲ୍ ଛାତ୍ରୀମାନଙ୍କ ଦ୍ୱାରା ଲଗାଯାଇଥିଲା । ପ୍ରାଧ୍ୟାପିକା ତପସ୍ୱିନୀ ମିଶ୍ର, ଭାରତୀ ବରୱଆ, ବନ୍ଦନା ସୋରେଙ୍ଗ, ରଶ୍ମି ପ୍ରଭା ମଥାନ, ପ୍ରାଧ୍ୟାପକ ଡ. ରବୀନ୍ଦ୍ର କୁମାର ଜେନା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ମନୋଜ କୁମାର ଦଳେଇ, ରଶ୍ମି ରଞ୍ଜନ ରାଉତ, ବନବିହାରୀ କିଷାନ, ଅନୁପ ଏକ୍କା, ରଂଜିତ ପ୍ରଧାନ, ଅଧ୍ୟାପିକା ମୌସୁମୀ ଦାସ, ଅନାମିକା କୁଲ୍ଲୁ, ଶର୍ମିଷ୍ଠା ସିଂ, ମୌସୁମୀ ଦାସ, ଶୁଚିସ୍ମିତା ପ୍ରଧାନ, ସସ୍ମିତା ଜେନା, ଅଧ୍ୟାପକ ବିକ୍ରମ ସାହୁ, ରାଜଦୀପ ସୋରେନ, ଅନିଲ କୁମାର ରାମ ଏହି
ବାର୍ଷିକ ‘ଫେଏଟ୍’କୁ ସଫଳ କରିବା ପାଇଁ ସହଯୋଗ କରିଥିବା ବେଳେ ଲୋପାମୁଦ୍ରା ପତି, ଜ୍ୟୋତି ସାହୁ, ଲିପ୍ସା ବଳିଆରସିଂହ, ଦେବସ୍ମିତା ଦାସ, ସୌମ୍ୟରଞ୍ଜନ ମହାନ୍ତି, ହିମାଂଶୁ ନାୟକ ପ୍ରମୁଖ ଛାତ୍ରଛାତ୍ରୀମାନେ ଶାନ୍ତି ଶୃଙ୍ଖଳାରେ ସହାୟତା କରିଥିଲେ ।

Leave A Reply

Your email address will not be published.