ବାନ୍ଧନବାଡି ଓ ରେଙ୍ଗଟାସିଲରେ ଜଙ୍ଗଲ ସୁରକ୍ଷା ଉପରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଧୁବଲପଡା ଗ୍ରାମ ପଞ୍ଚାୟତର ବାନ୍ଧନବାଡି ଓ ରେଙ୍ଗଟାସିଲରେ ପାଟଣାଗଡ ଜଙ୍ଗଲ ବିଭାଗ ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଙ୍ଗଲରେ କିପରି ନିଆଁ ନଲାଗିବ ତା’ ଉପରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ଦାଶକାଠିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ । ଫରେଷ୍ଟର ଗୁଣନିଧି ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନ କାର୍ଯ୍ୟକ୍ରମରେ ଧୁବଲପଡା ସରପଞ୍ଚ ଶ୍ରୀମତୀ କସ୍ତୁରୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.