centurian jitm

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଏକ କାର୍ଯ୍ୟକାରିଣୀ ବୈଠକ ଗତକାଲି ସ୍ଥାନୀୟ ଗାନ୍ଧୀ ଷ୍ଟେଡିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ସଭାପତିତ୍ୱ ପ୍ରଭାକର ମିଶ୍ର ଏବଂ ମନୋରଞ୍ଜନ ମିଶ୍ର ସାଧାରଣ ସଂପାଦକ ସଭାର ଏଜେଣ୍ଡା ଏବଂ ପୂର୍ବ ସଭାର ବିବରଣୀ ପଠନ କରିଥିଲେ । ଯାହାକୁ ସମସ୍ତ ସଭ୍ୟ ଅନୁମୋଦନ କରିଥିଲେ । ସଭାର ପ୍ରାରମ୍ଭରେ ମନ୍ଦିର ପ୍ରତିଷ୍ଠାତା ସଭ୍ୟ ଅମରେନ୍ଦ୍ର ମିଶ୍ରଙ୍କ ବିୟୋଗରେ ଶୋକସଭା ହେଲା । ତତ୍‌ପରେ ଆସନ୍ତା ତା୨୬/୦୬/୨୦୨୨ର ସାଧାରଣ ସଭା ନିମନ୍ତେ ଆୟୋଜନର ପାଣ୍ଠି ଏବଂ ତତ୍‌ ସଂକ୍ରାନ୍ତିୟ ଆଲୋଚନା ହେଲା । ସମସ୍ତ ସଭ୍ୟ ଉକ୍ତ ସାଧାରଣ ସଭା ପାଇଁ ୫୦ଟଙ୍କା ଲେଖାଁଏ ଚାନ୍ଦା ଦେବେ ବୋଲି ସିଦ୍ଧାନ୍ତ ହେଲା । ବଲାଙ୍ଗିରର ବିଭିନ୍ନ ଅସୁବିଧାକୁ ଦୃଷ୍ଟିରେ ରଖି ନୀର୍ବାହିଯନ୍ତ୍ରୀ ପି.ଏଚ୍‌.ଡି,ଏସ୍‌.ଇ ଇଲେକ୍‌ଟ୍ରିକାଲ ଓ ପୌରପାଳିକାର ଚ୍ୟାରମେନ୍‌ଙ୍କୁ ଭେଟିବା ପାଇଁ ସ୍ଥିର ହେଲା । ସାଧାରଣ ସଭାରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିବାକୁ ସ୍ଥିର ହେଲା । ସମୟ ସମୟରେ ସାଧାରଣ ସଭାରେ ନିର୍ବାିଚିତ ପ୍ରତିନିଧିମାନଙ୍କୁ ମଧ୍ୟ ଆମନ୍ତ୍ରଣ କରି ସମାଜରେ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଉପସ୍ଥାପନ କରିବାକୁ ସିଦ୍ଧାନ୍ତ ହେଲା । ମଞ୍ଚର ସଭ୍ୟ ଥିବା ବରିଷ୍ଠ ନାଗରିକମାନେ ଯଦି ରୋଗାକ୍ରାନ୍ତ ଥିବେ ବା କୌଣସି ଦୁର୍ଘଟଣାର ସମ୍ମୁଖିନ ଥିବେ ତାଙ୍କ ପାଖରେ ବରିଷ୍ଠ ନାଗରିକ ମଞ୍ଚର ଅଧିକାରୀ ଓ ସଭ୍ୟମାନେ ସହାନୁଭୁତି ସହକାରେ କିଛି ସମୟ ଦେଇ ଉପସ୍ଥିତ ହେବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର ହେଲା । ପରିଶେଷରେ ଅତିରିକ୍ତ ସାଧାରଣ ସଂପାଦକ ସୁନିଲ କୁମାର ବିଶ୍ୱାଲ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ଶ୍ରୀ ମିଶ୍ର ସଭାସଙ୍ଗ କଲେ ।

Leave A Reply

Your email address will not be published.