ମଦନପୁର ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

  • ଦ୍ୱିତୀୟ ଦିନରେ ମଦନପୁର ସେମିଫାଇନାଲ୍‌ରେ ପ୍ରବେଶ

କଳାହାଣ୍ଡି, (ପି.କ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଦ୍ୱିତୀୟ ଦିବସରେ ତିନି ଗୋଟି ମ୍ୟାଚ୍‌ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ ପାୱାରହିଟର, ଟେକରୁମାଲ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର୍‌ରେ ୭ ୱିକେଟ ହରାଇ ୭୪ ରନ୍‌ ସଂଗ୍ରହ କରିଥିବା ବେଳେ ଏମ୍‌ସିସି ମଦନପୁର ୯.୫ ବଲରେ ୫ ୱିକେଟରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଡଙ୍ଗାବାହାଲ ବ୍ୟାଟିଙ୍ଗ କରି ୧୦ ଓଭର୍‌ରେ ୯ ୱିକେଟ ହରାଇ ୪୭ ରନ୍‌ କରିଥିଲେ । ଗଜବାହାଲ ଦଳ ୯ ଓଭର୍‌ରେ ୫ ୱିକେଟରେ ବିଜୟ ଲାଭ କରିଥିଲେ । ଉଭୟ ବିଜୟ ଦଳ କ୍ୱାଟର ଫାଇନାଲ୍‌ରେ ମଦନପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର୍‌ରେ ୨ ୱିକେଟରେ ୮୮ ରନ୍‌ କରିଥିଲେ । ବିପକ୍ଷରେ ଗଜବାହଲ ୧୦ ଓଭର୍‌ରେ ୮ ୱିକେଟ ହରାଇ ୫୧ ରନ୍‌ କରି ପରାଜୟ ହୋଇଥିଲେ । ଫଳରେ ଏମ୍‌ସିସି ମଦନପୁର ଦଳ ସେମିଫାଇନାଲ୍‌କୁ ପ୍ରବେଶ କରିଛି । ଆଜିର ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଅଲାତରା ସରପଞ୍ଚ ସସ୍ମିତା ନାଗ ଓ ପେସ୍କ ସଭାପତି ହରି ମହାନନ୍ଦ ସମ୍ମାନିତ ଅତିଥି ରୂପେ ବୁଦ୍ଧିଜୀବୀ ସୁଦର୍ଶନ ପାଢ଼ୀ, ଏମ୍‌ବିକେ ମୋହନ ପ୍ରିୟା ଭୋଇ, ବାବୁଲା ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବିରେନ୍ଦ୍ର ବାହୁକ, ରାଜିନ ରଣା, ରାଜୀବ ବଗର୍ତ୍ତି ଓ ଚିତ୍ତ ରଞ୍ଜନ ପୁଝାରୀ ଖେଳ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡରେ ଶମ୍ଭୁ ବାହୁକ ଓ ଧାରା ବିବରଣୀ ପ୍ରଦାନ କରିଥିଲେ ନରେଶ ନାଗ ଓ ଅତିଥି ହରି ମହାନନ୍ଦ । ତିନି ଗୋଟି ବିଜୟ ଦଳର ମ୍ୟାନ୍‌ ଅଫ ଡି ମ୍ୟାଚ୍‌ ରୂପେ ସୁଧାଂଶୁ ବଗର୍ତ୍ତି ମଦନପୁର, ହିତେନ୍ଦ୍ର ବେହେରା ଗଜବାହଲ ଓ କିଶନ ଧଙ୍ଗଡ଼ା ମାଝୀଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.