oom

ମିଶନ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ

jsmm
  • ୮୦ଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କାର ଋଣ ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆତ୍ମା ସଭାଗୃହ ଠାରେ ଗୁରୁବାର ମିଶନ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, କ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବିଧାୟକ ପ୍ରତିନିଧି ଦିନବନ୍ଧୁ ସାହୁ, ସିଡିପିଓ ଗିରିଜା ଗୁଡ଼ଲା, ଏଇ ସନ୍ଦୀପ କୁମାର ନାଏକ, ମିଶନ ଶକ୍ତି ବିପିସି ବିପିନ କୁମାର ବାରିକ, ମିଶନ ଶକ୍ତି ବ୍ଲକ ସଭାନେତ୍ରୀ ଜୟନ୍ତୀ ସାହୁ, ସମ୍ପାଦିକା ରୀନା ସାହୁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ମିଶନ ଶକ୍ତି ଯୋଜନା ଉପରେ କହିବା ସହ ବ୍ୟାଙ୍କଗୁଡ଼ିକରୁ ଋଣ ନେଇ ଠିକ ଭାବେ କିପରି ପରିଚାଳନା କରାଯାଇ ପାରିବ ସେ ଦିଗରେ ଦଳ ଗୁଡିକୁ ଗୁରୁତ୍ୱ ଦେବାକୁ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସମସ୍ତ ବ୍ୟାଙ୍କ ଅଧିକାରୀମାନେ ଯୋଗ ଦେଇ ବ୍ଲକର ୮୦ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆଇସିଡିଏସ ସୁପରଭାଇଜର, ସିଆରପି, ଏମବିକେ, ଫେଡେରେସନ ଲିଡରମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.