oom

ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଲିଆ ମାଳି ସମାଜ, ବିଜେପୁର ବ୍ଲକ ସଭାପତି ଦାୟିତ୍ଵ ନିର୍ବାହ କରୁଥିବା ମକ୍ତା ପଟେଲଙ୍କ ଏକାଦଶାହ ଶୁଦ୍ଧିକ୍ରିୟା ଉପଲକ୍ଷେ ତାଙ୍କ ବାସ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବର୍ଷିୟାନ୍ ସମାଜସେବୀ ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଲାଲମୋହନ ପଟେଲଙ୍କ ମାର୍ଗଦର୍ଶନରେ ଆୟୋଜିତ ସଭାରେ କୋଶଲିଆ ମାଳି ସମାଜ ବିକାଶ ପରିଷଦ, ଓଡ଼ିଶାର ସାଧାରଣ ସମ୍ପାଦକ ଡ. ଅନିରୁଦ୍ଧ କୁରକୁରିଆ, ବରଗଡ଼ ଜିଲ୍ଲା ସଭାପତି ଭୀଷ୍ମଦେବ ପଟେଲଙ୍କ ସହିତ ଝାରବନ୍ଧ, ପାଇକମାଲ, ପଦ୍ମପୁର, ଗାଇସିଲେଟ, ଅତାବିରା, ବରଗଡ଼, ଭେଡ଼େନ, ବରପାଲି, ସୋହେଲା ଓ ସ୍ଥାନୀୟ ବିଜେପୁର ବ୍ଲକ ଅଞ୍ଚଳର ବିଶିଷ୍ଟ କର୍ମକର୍ତ୍ତାଗଣ ଅଂଶ ଗ୍ରହଣ କରିଥିଲେ । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ବିଜେପୁର ବ୍ଲକ ସଭାପତି ଏବଂ ରାଜ୍ୟ ସଂଗଠନରେ ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟକଳାପ ଉପରେ ସ୍ମୃତିଚାରଣ କରାଯାଇଥିଲା । ଅପରାହ୍ନ ବୟସରେ ମଧ୍ୟ ଆବଶ୍ୟକ ହେଲେ ପରିବାର ଜଞ୍ଜାଳକୁ ପଛରେ ପକାଇ ଯୁବକ ପରି ଦୌଡ଼ି ଯାଉଥିଲେ ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ । ସଭା ଶେଷରେ ପରିବାର ଲୋକଙ୍କୁ ସାନ୍ତ୍ୱନା ସହିତ ନାତି ରୁଦ୍ର ନାରାୟଣକୁ ସମସ୍ତେ ଆଶୀର୍ବାଦ କରିଥିଲେ । ଯଦୁମଣି ପଟେଲ ସଭା ସଂଯୋଜନା କରିଥିବା ବେଳେ ରଞ୍ଜିତ ପଟେଲ ପରିବାର ତରଫରୁ ଓ ବିଜେପୁର ବ୍ଲକ ତରଫରୁ ଅତିଥିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ।

jittmm
Leave A Reply

Your email address will not be published.