୩ ଗୋଟି ପଞ୍ଚାୟତର ଚାଷୀଙ୍କୁ ନେଇ ସମ୍ବିଳନୀ ଓ ଶୋଭାଯାତ୍ରା ଅନୁଷ୍ଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡାଠାରେ ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ ଟିକ୍ରାପଡା, ଜୁରାବନ୍ଧ ଓ ଝିଙ୍କିଡୁଙ୍ଗୁରି ପଞ୍ଚାୟତର ଚାଷୀଙ୍କୁ ନେଇ ଏକ ବିରାଟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ଚାଷୀ ଏକତା ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା ଓ ଶୋଭାଯାତ୍ରା କରିବା ପରେ ଚାଷୀ ସମ୍ମିଳନୀ ଆରମ୍ଭ ହୋଇଥିଲା । ସଭାରେ ବାଳକୃଷ୍ଣ ପଧାନ ଅଧ୍ୟକ୍ଷତା କରିଥିବା ବେଳେ ସୁରେଶ ଦନ୍ତା ସଭାକୁ ସଂଯୋଜନା କରିଥିଲେ । ଉକ୍ତ ସଭାରେ ଭାରତୀୟ କିଷାନ ସଂଘ ଜିଲ୍ଲା କମିଟି ସଦସ୍ୟ ତଥା ବିଶିଷ୍ଟ ଚାଷୀନେତା ମୋହନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଚାଷୀନେତା ଶ୍ରୀ ନାଏକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନ୍ୟ ଚାଷୀମାନଙ୍କ ମଧ୍ୟରେ କଳାକରେ ଧରୁଆ, ଅପରାଧୀ ଘିଭେଲା, ଶ୍ୟାମ ମହାକୁର, ଲଳିତ ମଲ୍ଲିକ, ରାମେଶ୍ୱର ରାଜପଲିଆ, ଗୌର ବୁଡ଼େକ ପ୍ରମୁଖ ଚାଷୀମାନଙ୍କ ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ସହିତ କିଷାନ ସଂଘରେ ଅଞ୍ଚଳର ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିପାରିଲେ । ସଂଗଠନକୁ ଆହୁରି ମଜବୁତ କରିବା ସହ ଚାଷୀଙ୍କ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ସଭାରେ ମତପୋଷଣ କରିଥିଲେ । ଶେଷରେ କେଶବ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀ କୁନୁ ମିର୍ଦ୍ଧା, ରାମଧାରୀ କଲେତ, ନାରଙ୍ଗ ସେଠିଆ, ଶ୍ୟାମ କଲେତ, ଅକ୍ଷୟ ଧରୁଆ, କେଶବ ବଗର୍ତ୍ତୀ, ନୀଳମଣି ନିଆଲ, ଜନ ଧରୁଆ, ମୁରଲୀ ଭୁଏ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ସଭାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!