jayashree

ଶିକ୍ଷକ ବଦନ ସୁନ୍ଦର ମେହେରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ପଞ୍ଚାୟତ ହାଇସ୍କୁଲରେ କାର୍ଯ୍ୟରତ ଥିବା ସାହିତ୍ୟ ଶିକ୍ଷକ ବଦନ ସୁନ୍ଦର ମେହେରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍କୁଲ ପରିଚାଳନା କମିଟିର ସଭାପତି ପୁରୁନ୍ଦର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ତ୍ରୀନାଥ ମେହେର, ଦିବାକର ଖମାରୀ, ରାହାସ ବିହାରି ମେହେର, ପଙ୍କଜ ମେହେର, ବାସୁଦେବ ମେହେର ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ । ସଭାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ପୂର୍ବତନ ଛାତ୍ରଛାତ୍ରୀ ତଥା ବର୍ତ୍ତମାନର ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶ୍ରୀ ମେହେର ଜଣେ ନିଷ୍ଠାବାନ, କର୍ତ୍ତବ୍ୟ ପରାୟଣ, ଛାତ୍ର ବତ୍ସଳ ରଖୁଥିବା ଜଣେ ସରଳ ହୃଦୟବାନ ମଣିଷ ତଥା ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିବା ଏକ ଆଦର୍ଶ ଶିକ୍ଷକ । ନିଜର ଶିକ୍ଷକତା ଜୀବନରୁ ଆମ ବିଦ୍ୟାଳୟରୁ ଅବସର ନେବା ପରେ ମଧ୍ୟ ଚିରଦିନ ପାଇଁ ଛାତ୍ରଛାତ୍ରୀମାନଙ୍କର ହୃଦୟରେ ଜାଗା ବାନ୍ଧି ରହିଥିବେ ଏବଂ ଶ୍ରୀ ମେହେରଙ୍କର ଅବସରକାଳୀନ ଜୀବନ ସୁଖମୟ ମଙ୍ଗଳମୟ ହେଉ ବୋଲି ନିଜ ନିଜର ଅଭିଭାଷଣ ରଖିଥିଲେ । ଅବସର ଗ୍ରହଣ କରୁଥିବା ଶିକ୍ଷକ ବଦନ ସୁନ୍ଦର ମେହେରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ମଧ୍ୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଶିକ୍ଷକ ଶ୍ରୀ ମେହେର ନିଜର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଗଣ୍ଡାବାହାଲି ପଞ୍ଚାୟତ ହାଇସ୍କୁଲ ସୃଷ୍ଟିର ସଂଘର୍ଷ କାହାଣୀ ତଥା ନିଜର ସ୍କୁଲର ପ୍ରଗତି ଉନ୍ନତିରେ କିଭଳି ଭାବରେ ନିଜକୁ ସମର୍ପିତ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କର ‌ଉନ୍ନତି ହିଁ ଜଣେ ଶିକ୍ଷକଙ୍କର ପ୍ରକୃତ ସମ୍ବଳ ବୋଲି ନିଜର ଅଭିଭାଷଣରେ ମତପୋଷଣ କରିଥିଲେ । ଶେଷରେ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାକାର୍ଯ୍ୟ ସମାପନ ହେବା ପରେ ପୂର୍ବତନ ଛାତ୍ରଛାତ୍ରୀ ତଥା ବର୍ତ୍ତମାନର ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ବହୁ ସଂଖ୍ୟାରେ ଯୋଗ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ବଦନ ସୁନ୍ଦର ମେହେରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ନଗର ପରିକ୍ରମା କରି ବିଶାଳ ଶୋଭାଯାତ୍ରା କରିଥିଲେ ।

Leave A Reply

Your email address will not be published.