ସୁପ୍ରିମଟାକ୍ସ ନର୍ସିଂ କଲେଜର ଦ୍ୱିତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଜ୍ୟୋତିନଗର ଲାଲ୍‌ଟିକ୍ରା ଛକ ସୁପ୍ରିମ୍‌ଟାକ୍ସ ନର୍ସିଂ କଲେଜର ଦ୍ୱିତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ୬୫ ଜଣ ଛାତ୍ରଛାତ୍ରୀ ଶପଥ ନେଇଥିଲେ । ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରବୀଣ ନାଗ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ । ଅନୁଷ୍ଠାନର ପରାମର୍ଶଦାତା ଡା. ସିଦ୍ଧେଶ୍ୱର ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଅନେକ ଗନ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.