ନୂତନ ଶିକ୍ଷା ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍‌ଇସି କ୍ୟାମ୍ପସ ଠାରେ ଶୁକ୍ରବାର ସକାଳ ୮.୦୦ଟା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମନ୍ୱୟରେ ଏକ ନୂତନ ଶିକ୍ଷା ବର୍ଷର ପ୍ରଥମ ବୈଠକ ବିଦ୍ୟାଳୟର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫୦ରୁ ଅଧିକ ଅଭିଭାବକ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତିଙ୍କ ସଂଯୋଜନାରେ ଅନ୍ୟତମ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ, ଅଜୟ କୁମାର ରାଉତ, ସରୋଜ କୁମାର ଜେନା, ସାଗର ପରିଡା, ମିନତୀ ଖମାରୀ, ନମିତା ଦନ୍ତା, ଛବିରାଣୀ ପ୍ରଧାନ, ସୀତା ରାମ ସାହୁ, ସରସ୍ଵତୀ ନାୟକ, ସସ୍ମିତା ପଟ୍ଟନାୟକ, ସୁଜାତା ମିଶ୍ର, ମମତା ସେନାପତି, ଶ୍ରେଣୀ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପିଲାମାନଙ୍କର ଆଗାମୀ ବର୍ଷର ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ନର୍ମଦା ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଅନଲାଇନ୍ ମାଧ୍ୟମରେ ପିଲାମାନଙ୍କର ଶିକ୍ଷା ଗ୍ରହଣ ପ୍ରତି ସକରାତ୍ମକ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନର ପ୍ରସାର ଓ ପ୍ରଚାର ନିମନ୍ତେ ଅଭିଭାବକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷା କର୍ମଚାରୀ ବିଜୟ ମହନ୍ତୋ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ, ସାବିତ୍ରୀ ଦେବୀ, ପ୍ରତିମା ଦେବୀ ସହାୟତା ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଛବିରାଣୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମଟି ବହୁ ଅଭିଭାବକମାନଙ୍କର ଉପସ୍ଥିତ ଯୋଗୁଁ ଆକର୍ଷଣୀୟ ହୋଇପାରିଥିଲା ।

Leave A Reply

Your email address will not be published.