ଶ୍ରଦ୍ଧାଞ୍ଜଳି ସଭା ସହ କବିତା ଆସର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବରାଳ ବାଲୁଙ୍କେଶ୍ୱର ପୀଠ ପାର୍ଶ୍ୱରେ ସତ୍ୟଭାମା ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧତ୍ସୋବ ସହ ଶ୍ରଦ୍ଧାଞ୍ଜଳି ସଭା ଡ. କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଧୂପ ଦୀପ ଦେଇ ଉଦ୍‌ଘାଟନ କରିଥିଲେ ପାଲା ବିଶାରଦ ସଚ୍ଚିଦାନନ୍ଦ ମହାପାତ୍ର । ବ୍ଲକ ଅଧ୍ୟକ୍ଷ ସୁନିଲ୍‌ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ମଂଚାସୀନ ଥିଲେ ଅଜୟ ସ୍ୱାଇଁ, ରଜନୀ ରଂଜନ, ବିପିନ୍‌ ଦଳେଇ, ଭୀମସେନ ମହାପାତ୍ର, ନାଟ୍ୟକାର ବିଭୁତି ଭୁଷଣ ପଟ୍ଟନାୟକ ଓ କବି ମାନସ ରଞ୍ଜନ ପଟ୍ଟନାୟକ । ସତ୍ୟଭାମା ମହାପାତ୍ର ସ୍ମୃତି ପରିଷଦ ତରଫରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବୋଧିତ କରାଯାଇଥିଲା । ଡ. ଦେବୀ ପ୍ରସାଦ ମହାପାତ୍ରଙ୍କ ସମ୍ପାଦନାରେ ସତ୍ୟଭାମା ପତ୍ରିକା ଲୋକାର୍ପିତ ହୋଇଥିଲା । ମାଆ ଆମ ପାଇଁ ରକ୍ଷାକର୍ତ୍ତା ଓ ତା’ ବିନା ଅନ୍ୟଗତି ନାହିଁ ବୋଲି ଅତିଥିମାନେ ଅଭିଭାଷଣ ରଖିଥିଲେ । ମାତୃଜାତିର ମଙ୍ଗଳ ହେଲେ ସମାଜର ମଙ୍ଗଳ ହେବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ଅତିଥି ପରିଚୟ ପ୍ରଦାନ ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଡ. ଦେବୀ ପ୍ରସାଦ ମହାପାତ୍ର । ପ୍ରମିଳା ପଟ୍ଟନାୟକ, ବିଶାଖା ଦେବୀ, ସୁନନ୍ଦା ମହାନ୍ତି, ଶିଳାଲିପି ମହାପାତ୍ର, ଜୟନ୍ତୀ ନନ୍ଦ, ସଂଯୁକ୍ତା ନନ୍ଦ, ସମ୍ପଦ ବେହେରା, କୃପାନିଧି ପ୍ରଧାନ, ସ୍ନେହ ଶ୍ରଦ୍ଧା ପ୍ରଧାନ, ଦିବ୍ୟ ଲୋଚନ ଭାରିମଲ୍ଲ, ବିକ୍ରମ ଚମ୍ପତି, ହିମାଂଶୁ ମହାପାତ୍ର, ନଳିନୀ ଦାଶ, ହୃଷିକେଶ ପାଢୀ ସମେତ ୬୦ରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିଲେ, ଯାହା କେବଳ ମାଆ ଉପରେ ଆଧାରିତ ଥିଲା । କବିତା ସଂଯୋଜନା କରିଥିଲେ କ୍ରିଷ୍ଣା ମହାପାତ୍ର ଓ ପ୍ରଭାସିନୀ ମିଶ୍ର । ସମସ୍ତ କବିମାନଙ୍କୁ ମାନପତ୍ର ସହ ସତ୍ୟଭାମା ପତ୍ରିକା ମଂଚରେ ପ୍ରଦାନ କରିଥିଲେ ସଚ୍ଚିଦାନନ୍ଦ ମହାପାତ୍ର । ରମେଶ ପଲେଇ ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଜୟ କୁମାର ପଟ୍ଟନାୟକ ।

Leave A Reply

Your email address will not be published.