
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ରାଜେନ୍ଦ୍ର କଲେଜର ଅନୁରାଗ ପାଣିଗ୍ରାହୀ ୫୬୧ ମାର୍କ ଆଣି ଟପ୍ପର ହୋଇଛନ୍ତି । ଅନୁରାଗ ରାଜେନ୍ଦ୍ର କଲେଜ ସହ ବଲାଙ୍ଗିର ସହରର ଡିଏନଏ କୋଚିଙ୍ଗରେ ପାଠ ପଢନ୍ତି । ତାଙ୍କର ଏହି ସଫଳତା ପାଇଁ ଚାରି ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।