foot

ଡିଏପି ଉପରେ ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜକୁ ଏନ୍‌ବିଏସ୍ ସବ୍‌ସିଡି ଅତିରିକ୍ତ ୧ ଜାନୁଆରୀ ୨୦୨୫ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ କ୍ୟାବିନେଟ ଅନୁମୋଦନ

• କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କୃଷକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଡିଏପିର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଡାଇ ଆମୋନିୟମ ଫସଫେଟ୍ (ଡିଏପି) ସାର ଉପରେ ସବ୍‌ସିଡି ଯୋଗାଇ ଦେବା ଲାଗି ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜକୁ ସମ୍ପ୍ରସାରଣ କରିଛନ୍ତି । ଏନ୍‌ବିଏସ୍‌ ସବ୍‌ସିଡି ଅତିରିକ୍ତ ଡିଏପି ଉପରେ ମେଟ୍ରିକ ଟନ୍ ପିଛା ୩,୫୦୦ ଟଙ୍କାର ସବ୍‌ସିଡି ଯୋଗାଇ ଦିଆଯିବ ଏବଂ କ୍ୟାବିନେଟର ଏହି ନିଷ୍ପତ୍ତି ୧ ଜାନୁଆରୀ ୨୦୨୫ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁ ରହିବ । ସାର ବିଭାଗର ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଚାଷୀମାନଙ୍କୁ ସୁଲଭ ଦରରେ ନିରନ୍ତର ଭାବେ ଡିଏପି ସାର ଉପଲବ୍ଧ ହୋଇପାରିବ । ଉପରୋକ୍ତ ପାଇଁ ଆନୁମାନିକ ବଜେଟ୍ ଆବଶ୍ୟକତା ପାଖାପାଖି ୩,୮୫୦ କୋଟି ଟଙ୍କା ପର୍ଯ୍ୟନ୍ତ ହେବ ।
ପୃଷ୍ଠଭୂମି :
ସାର ଉତ୍ପାଦନକାରୀ/ଆମଦାନୀକାରୀଙ୍କ ମାଧ୍ୟମରେ କୃଷକମାନଙ୍କୁ ରିହାତି ମୂଲ୍ୟରେ ୨୮ ଗ୍ରେଡର ପି ଆଣ୍ଡ କେ ସାର ଉପଲବ୍ଧ କରାଯାଉଛି । ପି ଆଣ୍ଡ କେ ସାର ଉପରେ ସବସିଡି ଏନ୍‌.ବି.ଏସ୍‌. ଯୋଜନା ଦ୍ୱାରା ପରିଚାଳିତ ହୋଇଥାଏ । କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେଇ ଭାରତ ସରକାର ଡାଇ-ଆମୋନିୟମ୍ ଫସଫେଟ୍ (ଡିଏପି) ସାରର ମୂଲ୍ୟ ଅପରିବର୍ତ୍ତିତ ରଖିବାରେ କୃଷକମାନଙ୍କୁ ବ୍ୟାପକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଭୌଗୋଳିକ-ରାଜନୈତିକ ପ୍ରତିବନ୍ଧକ ଏବଂ ବିଶ୍ୱ ବଜାରରେ ଅସ୍ଥିରତା ସତ୍ତ୍ୱେ, ଖରିଫ ଏବଂ ରବି ପାଇଁ ସୁଲଭ ମୂଲ୍ୟରେ କୃଷକମାନଙ୍କୁ ଡିଏପିର ଉପଲବ୍ଧତା ସୁନିଶ୍ଚିତ କରି ସରକାର କୃଷକ ଅନୁକୂଳ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ଜୁଲାଇ, ୨୦୨୪ରେ କ୍ୟାବିନେଟ ଏନ୍.ବି.ଏସ୍. ସବ୍‌ସିଡି ଠାରୁ ଅତିରିକ୍ତ ଡି.ଏ.ପି. ଉପରେ ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଥିଲା, ଯାହା ମେଟ୍ରିକ ପିଛା ୩,୫୦୦ ଟଙ୍କା ହାରରେ ୧ ଏପ୍ରିଲ ୨୦୨୪ ଠାରୁ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସବ୍‌ସିଡି ଯୋଗାଇ ଦେବାକୁ ଲାଗୁ ହୋଇଥିଲା । ଏଥିପାଇଁ ଆନୁମାନିକ ୨,୬୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ (୧ ଜାନୁଆରୀ ୨୦୨୫) ଡି.ଏ.ପି. ଉପରେ ସ୍ୱତନ୍ତ୍ର ପ୍ୟାକେଜକୁ ସମ୍ପ୍ରସାରିତ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି, ଯାହାର ଆନୁମାନିକ ଆର୍ଥିକ ପ୍ରଭାବ ପାଖାପାଖି ୩,୮୫୦ କୋଟି ଟଙ୍କା ହେବ । ଏହାଦ୍ୱାରା କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଡିଏପିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏପ୍ରିଲ ୨୦୨୪ ଠାରୁ ଡିଏପି ପାଇଁ ଅନୁମୋଦିତ ସ୍ୱତନ୍ତ୍ର ପ୍ୟାକେଜର ମୋଟ ପରିମାଣ ୬୪୭୫ କୋଟି ଟଙ୍କାରୁ ଅଧିକ ହେବ ।
ଲାଭ :
କୃଷକମାନଙ୍କୁ ରିହାତି, ସୁଲଭ ଏବଂ ଯୁକ୍ତିସଙ୍ଗତ ମୂଲ୍ୟରେ ଡିଏପିର ଉପଲବ୍ଧତା ସୁନିଶ୍ଚିତ କରାଯିବ ।
କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :
କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଡିଏପି ସାରର ସୁଗମ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଅନୁମୋଦିତ ଏନ୍‌ବିଏସ୍‌ ସବ୍‌ସିଡି ବ୍ୟତୀତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡି.ଏ.ପି. ଉପରେ ସ୍ୱତନ୍ତ୍ର ପ୍ୟାକେଜ ଆକାରରେ ମେଟ୍ରିକ ଟନ ପିଛା ୩,୫୦୦ ଟଙ୍କା ପ୍ରଦାନ କରାଯିବ ।

Leave A Reply

Your email address will not be published.