କୋଇଲା ଗଚ୍ଛିତ ଅଞ୍ଚଳରେ ଅଧିଗୃହୀତ ଜମିରେ (ଅଧିଗ୍ରହଣ ଓ ଉନ୍ନୟନ) ଆଇନ ୧୯୫୭ ବ୍ୟବହାର ପାଇଁ ନୀତିକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

  • ଏହି ପରିବର୍ତ୍ତନ ଫଳରେ କୋଇଲା ଓ ଶକ୍ତି ଭିତ୍ତିଭୂମି ବିକାଶ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ

ନୂଆଦିଲ୍ଲୀ, (ପିଆଇବି) : କୋଇଲା ଖୋଳା ସରିଥିବା ଜମି ବା କୋଇଲା ଖଣି ନିମନ୍ତେ ଅନୁପଯୁକ୍ତ ଜମିରେ ପୁଞ୍ଜି ବିନିଯୋଗ ବୃଦ୍ଧି ବା କୋଇଲା କ୍ଷେତ୍ରରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏକ ନୀତିକୁ ଗତକାଲି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କୋଇଲା ଥିବା (ଅଧିଗ୍ରହଣ ଓ ବିକାଶ) ଆଇନ, ୧୯୫୭ (ସିବିଏ ଆକ୍ଟ) ଅଞ୍ଚଳ ନୀତିକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । କୋଇଲା ଓ ଶକ୍ତି କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ଜମିର ଉପଯୋଗ ଲାଗି ଏହି ନୀତିରେ ବ୍ୟବସ୍ଥା ରହିଛି । ସିବିଏ ଆଇନରେ କୋଇଲା ଗଚ୍ଛିତ ଥିବା ଅଞ୍ଚଳରେ ବିନା ବାଧାରେ ସରକାରୀ କମ୍ପାନୀମାନେ ସେମାନଙ୍କ କାର୍ଯ୍ୟ କରିପାରିଥିବା ତଥା ତାହାକୁ ଅଧିଗ୍ରହଣ ନିମନ୍ତେ ବ୍ୟବସ୍ଥା ରହିଛି । ଏହି ଅନୁମୋଦିତ ନୀତି ବଳରେ ସିବିଏ ଆଇନ ଅଧୀନରେ ଅଧିଗ୍ରହଣ ହୋଇଥିବା ନିମ୍ନପ୍ରକାର ଜମିରେ ଉପଯୋଗ ହୋଇପାରିବ ।
(କ) କୋଇଲା ଖଣି କାର୍ଯ୍ୟକଳାପ ନିମନ୍ତେ ଅନୁପଯୁକ୍ତ ତଥା ଆର୍ଥିକ ଦୃଷ୍ଟିରୁ ଠିକ୍ ନ ଥିବା ଜମି
(ଖ) ଯେଉଁ ଖଣିରୁ କୋଇଲା ଉତ୍ତୋଳନ ସରିଛି ଓ ସେହି ଜମିରେ କେହି ଅଧିକାର ସାବ୍ୟସ୍ତ କରିଛନ୍ତି ।

କୋଲ ଇଣ୍ଡିଆ ଲିମିଟେଡ(ସିଆଇଏଲ) ଭଳି ସରକାରୀ କୋଇଲା କମ୍ପାନୀ ଓ ସେମାନଙ୍କ ସହାୟକ କମ୍ପାନୀଗୁଡିକ ସିବିଏ ଆଇନ ଅଧୀନରେ ଏହାର ମାଲିକ ରହିବେ ଓ ନୂତନନୀତିରେ ବ୍ୟବସ୍ଥା ଅନୁସାରେ କେବଳ ସେହି ଜମିକୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଚୁକ୍ତି ଭିତ୍ତିରେ ଦେଇପାରିବେ । ସରକାରୀ କୋଇଲା କମ୍ପାନୀଗୁଡିକ କୋଇଲା ଓ ଶକ୍ତି ସମ୍ପର୍କୀତ ଭିତ୍ତିଭୂମି ବିକାଶ ଯୁଗ୍ମ ପ୍ରକଳ୍ପରେ ଘରୋଇ ପୁଞ୍ଜି ଲଗାଇପାରିବେ ।
ଯେଉଁ ସରକାରୀ କମ୍ପାନୀର ମାଲିକାନା ଥିବ ସେ ନୀତି ଅନୁସାରେ ନିର୍ଦ୍ଦିଷ୍ଟ ସମୟ ପର୍ୟ୍ୟନ୍ତ ଚୁକ୍ତିଭିତ୍ତିରେ ନେଇପାରିବ । ତେବେ ଏହି ଚୁକ୍ତିନାମ ଏକ ସ୍ୱଚ୍ଛ, ସଚ୍ଚୋଟ ଏବଂ ପ୍ରତିଯୋଗିତା ଓ ସର୍ବାଧିକ ମୂଲ୍ୟଭିତ୍ତିରେ ହେବ । ଏହି ଜମି ନିମ୍ନଲିଖିତ କାର୍ୟ୍ୟକଳାପ ନିମନ୍ତେ ଯୋଗ୍ୟ ବିବେଚିତ ହେବ:-
(କ) କୋଇଲା ସଫା କାରଖାନା ବସାଇବା
(ଖ) ପରିବହନ ପଦ୍ଧତି ତିଆରି
(ଗ) କୋଇଲା ପରିଚାଳନା ପ୍ଲାଣ୍ଟ ସ୍ଥାପନ
(ଘ) ମୁଖ୍ୟ ରେଳଲାଇନରୁ ପାଶ୍ୱର୍ବର୍ତ୍ତୀ ରେଳଲାଇନ
(ଙ) ସିବିଏ ଓ ଅନ୍ୟାନ୍ୟ ଜମି ଅଧିଗ୍ରହଣ ଆଇନ ଯୋଗୁଁ କ୍ଷତିଗ୍ରସ୍ତ ଲୋକମାନଙ୍କ ପୁନର୍ବାସ ଓ ପୁନର୍ବାସ ପ୍ରକଳ୍ପ ନିର୍ମାଣ ।
(ଚ) ତାପଜ ଓ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ
(ଛ) କ୍ଷତିଭରଣା ଜନିତ ଜଙ୍ଗଲୀକରଣ ଓ କୋଇଲା ଜନିତ ବିକାଶ ଭିତ୍ତିଭୂମି ସ୍ଥାପନ
(ଜ) ପ୍ରକୃତ ରାସ୍ତା ନିର୍ମାଣ
(ଝ) କୋଇଲା ବାଷ୍ପୀକରଣ ଓ ରାସାୟନିକ କାରଖାନା ପାଇଁ କୋଇଲା ଯୋଗାଣ
(ଞ୍ଜ) ଶକ୍ତିଭିତିକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଜମି
କୋଇଲା ଉତ୍ତୋଳନ ସରିଥିବା ବା ଯେଉଁ ଜମି କୋଇଲା ଖଣି ପାଇଁ ଅନୁପଯୁକ୍ତ ବିଶେଷକରି ସେହି ଜମି ଗୁଡିକର ବେଆଇନ ଜବରଦଖଲ ତଥା ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ହେଉଥିବା ଖର୍ଚ୍ଚ ସହଜରେ ରୋକି ହେବ । ଅନୁମୋଦିତ ନୀତି ଅନୁସାରେ ସରକାରୀ କମ୍ପାନୀଗୁଡିକରୁ ମାଲିକାନା ପରିବର୍ତ୍ତନ ନ କରି ବିଭିନ୍ନ କୋଇଲା ଓ ଶକ୍ତି ସମ୍ପର୍କୀତ ଭିତ୍ତିଭୂମିମୂଳକ ପ୍ରକଳ୍ପ ସ୍ଥାପନ ଦ୍ୱାରା ବ୍ୟାପକ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ ।
ଅଣ ଖଣି ଉତ୍ତୋଳନ ଯୁକ୍ତ ଜମି ଅନ୍ୟ କାର୍ୟ୍ୟ ପାଇଁ ବ୍ୟବହୃତ ହେଲେ ସିଆଇଏଲ କୁ ଏହାର ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ କମ୍ ପଡିବା ସହ ଏହା କୋଇଲା ସମ୍ପର୍କୀତ ଭିତ୍ତିଭୂମି ଓ ସୌର ଶିଳ୍ପାନୁଷ୍ଠାନ ଭଳି ଅନ୍ୟାନ୍ୟ ପ୍ରକଳ୍ପ ନିଜ ଜମିରେ କରିବା ସହ ଘରୋଇ କ୍ଷେତ୍ର ସହ ସହଯୋଗରେ ଏକ ଭିନ୍ନ ବ୍ୟାବସାୟିକ ଭିତ୍ତିଭୂମି ସ୍ଥାପନ କରିପାରିବ । କୋଇଲା ଅନ୍ୟାନ୍ୟ ଦୂରବର୍ତ୍ତୀ ସ୍ଥାନକୁ ପରିବହନ କରିବା ଆବଶ୍ୟକ ହେଉ ନ ଥିବାରୁ ଏହା କୋଇଲା ବାଷ୍ପୀକରଣ ପ୍ରକଳ୍ପ ସ୍ଥାପନ କରିବା ସହଜ ହେବ ।
ପୁନର୍ବାସ ଉଦ୍ଦେଶ୍ୟରେ ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଜମି ବ୍ୟବହୃତ ହେଲେ ତାହା ସଠିକଭାବେ କାମରେ ଲାଗିବା ସହ ସାନି ଜମି ଅଧିଗ୍ରହଣଜନିତ ଆଇନଗତ ସମସ୍ୟାରୁ ମୁକ୍ତି ମିଳିବ । ଏହା ଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କ ପୁନର୍ବାସ ସୁବିଧା ହେବା ସହ ପ୍ରକଳ୍ପ ବାବଦ ଅଯଥା ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ । ଏହା ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ କୋଇଲା ପ୍ରକଳ୍ପ ଯୋଗୁଁ ସମର୍ଥନ ମିଳିବା ସହ, କୋଇଲା ଖଣି ପାଇଁ ଅଧିଗୃହୀତ ଜଙ୍ଗଲ ଜମି ଭରଣା ବାବଦ ବନୀକରଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇପାରିବ ।
ଘରୋଇ ନିର୍ମାଣ, ଆମଦାନୀ ନିର୍ଭରଶୀଳତା ହ୍ରାସ ଓ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଇତ୍ୟାଦି ଯୋଗୁଁ ଏହି ନୀତି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ । ଏହି ନୀତି ବିଭିନ୍ନ କୋଇଲା ଓ ଶକ୍ତି ଭିତିଭୂମି କ୍ଷେତ୍ରରେ ଜମି ଯୋଗାଇବାକୁ ଥିବାରୁ ଦେଶର ଅନଗ୍ରସର ଅଞ୍ଚଳରେ ପୁଞ୍ଜି ବିନିଯୋଗ ପଥ ସୁଗମ ହୋଇପାରିବ । ଅଧିଗୃହିତ ଜମିର ଉପଯୋଗ ଯୋଗୁଁ ସାନି ଜମି ଅଧିଗ୍ରହଣ ତଥା ବାସଚ୍ୟୁତ ସମସ୍ୟା ଦୂର ହୋଇ ସ୍ଥାନୀୟ ନିର୍ମାଣ ଓ ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବ ।

Leave A Reply

Your email address will not be published.