ରାଜ୍ୟ କ୍ୟାବିନେଟ ବୈଠକରେ କୃଷି ସମୃଦ୍ଧି ପାଇଁ ୨୫୫ କୋଟି ଖର୍ଚ୍ଚ ଅଟକଳକୁ ଅନୁମୋଦନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଷ ଜମିରେ ଜଳ ବ୍ୟବହାର କ୍ଷମତା ଓ ଉତ୍ପାଦନ ବୃଦ୍ଧି ସହ ଚାଷୀଙ୍କ ଆୟ ବଢାଇବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ୨୫୫ କୋଟି ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ଚାଷୀମାନଙ୍କୁ ‘ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା’ ସହାୟତା ଉପରେ ଅତିରିକ୍ତ ରିହାତି ଯୋଗାଇ ଦିଆଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.