oom

ପୂର୍ବତନ ସୈନିକ ସଂଘକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସମସ୍ତ କର୍ମକର୍ତ୍ତା ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କୁ ସଂଘର କମ୍ୟୁନିଟି ହଲ୍‌ର ଉନ୍ନତିକରଣ ସକାଶେ ଦାବୀପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସୈନିକ ସଂଘକୁ ପାଞ୍ଚ ଲକ୍ଷ ଅନୁଦାନ ପ୍ରଦାନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଲାଲ୍‌ଟିକ୍ରାସ୍ଥିତ ସୈନିକ ସଂଘ କାର୍ଯ୍ୟାଳୟରେ ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ୱାର୍ଡ ନମ୍ବର ୧ର କାଉନ୍‌ସିଲର୍‌ ଶ୍ରୀମତୀ ସସ୍ମିତା ନନ୍ଦ, ୱାର୍ଡ ନମ୍ବର ୨ର ସୁଶ୍ରୀ ସରିତା ଦାଶ, ୱାର୍ଡ ନମ୍ବର ୨୧ର ଶତୃଘ୍ନ ବାଗ ପ୍ରମୁଖ ଉପସ୍ଥିତ ଥିବା ବେଳେ ସୈନିକ ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ, ଉପସଭାପତି ସର୍ବେରାମ ପଟେଲ, ସଂପାଦକ ତଥା ଓଡିଶା ଭେଟେରାନ୍‌ ସୋଲ୍‌ଜରସ୍‌ ଏସୋସିଏସନ୍‌ର ଉପସଭାପତି ପ୍ରତାପ ଚନ୍ଦ୍ର ରଥ, ସହ-ସମ୍ପାଦକ କୃଷ୍ଣଚନ୍ଦ୍ର ପରମଗୁରୁ, କୋଷାଧ୍ୟକ୍ଷ ରାଜେନ୍ଦ୍ର ଶବର, ସଂଯୋଜକ ନବକୃଷ୍ଣ ପଟେଲ ତଥା ସଦସ୍ୟ କୃଷ୍ଣଚନ୍ଦ୍ର ପଟେଲ, ବାଲଗୋପାଳ ନାଥ, ନୀଳମଣି ହାତୀ ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ସମ୍ପାଦକ ଶ୍ରୀ ରଥ ଏହି ମହତ ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ, ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ୱାର୍ଡ ନମ୍ବର ୨ର ସୁଶ୍ରୀ ସରିତା ଦାଶ, ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କୁ ସଂଘ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.