centurian jitm

ଐତିହାସିକ ପାଟଣେଶ୍ୱରୀ ମନ୍ଦିର ସାଲେଭଟା ଉନ୍ନତି କରଣ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସାଲେଭଟା ଗ୍ରାମ ଐତିହ୍ୟ ପାଟଣା ଷ୍ଟେଟ ସମୟରୁ ଗୋଟିଏ ଗମ୍ଭୀରାରେ ପୂଜା ପାଉଛନ୍ତି ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ । କେଉଁ ଆଦିମକାଳରୁ ଦେବୀ ପୂଜା ପାଇ ଆସୁଥିବା ବେଳେ ପାଟଣା ଷ୍ଟେଟ ସମୟର ଓମ୍‌ ନଦୀରେ ପ୍ରଭାବିତ ହୋଇଥିବା ସମ୍ବଲପୁର ଓ ପାଟଣା ଷ୍ଟେଟ ୧୫୦୦ ଖ୍ରୀଷ୍ଟାବ୍ଦରେ ମାଁ ପାଟଣେଶ୍ୱରୀ ପାଟଣାରାଜ୍ୟ ମୁହାଁ ହୋଇଛନ୍ତି ଏବଂ ମାଁ ସମଲେଶ୍ୱରୀ ସମ୍ବଲପୁର ମୁହାଁ ହୋଇ ପୂଜା ପାଉଛନ୍ତି । ହମା ଏବଂ ପାଟଣା ଭାଗ ହୋଇ ଚିହ୍ନଟ ହୋଇଥିଲା । ଏହି ମନ୍ଦିର ପାଇଁ ଦେବାଳୟ ସୁରକ୍ଷା କମିଟି ସାଲେଭଟା ଗ୍ରାମବାସୀ ଓ ପାଟଣେଶ୍ୱରୀ ମନ୍ଦିର ଗତ ୭ ଅଗଷ୍ଟ ୨୦୨୪ରେ ସ୍ଥାନୀୟ ସାର୍କିଟ ହାଉସରେ ଡା. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ପତ୍ର ସଂଖ୍ୟା ୨୯/୨୦୨୪ରେ ଦାବି ପ୍ରଦାନ କରିଥିଲେ । ମନ୍ଦିର ଉନ୍ନତିକରଣ ସକାଶେ ମୁଖ୍ୟମନ୍ତ୍ରୀ ଏସ୍‌ପିଏଫ୍‌ ଫଣ୍ଡରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଦେବାଳୟ ସୁରକ୍ଷା କମିଟି ଏବଂ ସାଲେଭଟା ପାଟଣେଶ୍ୱରୀ ମନ୍ଦିର କମିଟି ପ୍ରେସ ବିବୃତ୍ତି ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.