ମେଡିକାଲ କଲେଜର ଦାବୀ, ଭାରତୀୟ ଟୀକା ଉଭୟ ଡୋଜ୍‌ ନେବା ପରେ ୯୭% ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି

ଲକ୍ଷ୍‌ନୌ : ଭାରତୀୟ କୋଭିଡ଼ ଟୀକାକୁ ନେଇ ଏକ ଉତ୍‌ତ୍ସାହଜନକ ଖବର ସାମ୍ନାକୁ ଆସିଛି । ଲକ୍ଷ୍‌ନୌ ମେଡ଼ିକାଲ କଲେଜ ଏକ ଗବେଷଣାକୁ ଆଧାର କରି କହିଛି ଯେ, ଭୋତରୟ କୋଭିଡ଼ ଟୀକା ଆଣ୍ଟିବଡି ସୃଷ୍ଟି କରିବା ଦିଗରେ ବିଶେଷ ସଫଳତା ହାସଲ କରିଛି । ଭାରତୀୟ କୋଭିଡ଼ ଟୀକା କେତେଦୂର ପ୍ରଭାବଶାଳୀ ହୋଇପାରିବ ଏବଂ ଏହା ଲକ୍ଷ୍ୟଭେଦ କରିବାରେ କେତେ ସଫଳ ହେବ, ସେ ସଂପର୍କରେ ଲକ୍ଷ୍‌ନୌ ମେଡ଼ିକାଲ କଲେଜ ପକ୍ଷରୁ ଗବେଷଣା କରାଯାଇଥିଲା । ତେବେ ମେଡିକାଲ କଲେଜ ଦାବୀ କରିଛି ଯେ, ଭାରତୀୟ ଟୀକା ଉଭୟ ଡୋଜ୍‌ ନେବା ପରେ ୯୭% ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି ।

Leave A Reply

Your email address will not be published.