ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଖଡ଼ିଆଳ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବ୍ଳକ ସ୍ତରୀୟ ଅଦ୍ଵିକା କାର୍ଯ୍ୟକ୍ରମ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଜୟ କିଷାନ ହାଇସ୍କୁଲ ପରିସରରେ ବିଶ୍ଵ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଖଡ଼ିଆଳ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷରୁ ପ୍ରକଳ୍ପ ଅଧିକାରୀ ମନକୁମାରୀ ଲମ୍ବୋଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକ ସ୍ତରୀୟ ଅଦ୍ଵିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ବରଗାଁ ସୁପରଭାଇଜର ଶକୁନ୍ତଳା ନାଗ, ନେହେନା ଦୁପରଭାଇଜର ଅର୍ଚ୍ଚନା ରାଉତ, ଡୁଆଝର ସୁପରଭସାଇଜର କଳ୍ପନା ରାଉତ, ଖୁଦପେଜ ସୁପରଭାଇଜର ତୁଳସୀଲତା ରାଉତ, ତୁକୁଲା ସୁପରଭାଇଜର ସରସ୍ଵତୀ ବିଶି, ଖଡ଼ିଆଳ ଏନଏସି ସୁପରଭାଇଜର ବୃନ୍ଦାବତୀ ସଗରିଆ , ଅରେଡା ସୁପରଭାଇଜର ଟିକେମଣି ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଜେସି, ଏମସି, ୱାର୍ଡ ସଭ୍ୟ, ଏସଏଚଜି ଗ୍ରୁପ ସମେତ କିଶୋରୀ ବାଳିକା, ମହିଳା ସମେତ ନିମନ୍ତ୍ରିତ ଅତିଥି ମାନେ ଉପସ୍ଥିତ ଥିଲେ । ପ୍ରଥମେ ସମସ୍ତ ପଦାଧିକାରୀ ଓ କିଶୋରୀ ବାଳିକା ମାନଙ୍କ ତରଫରୁ ବରଗାଁ ଗ୍ରାମ ପରିକ୍ରମା କରାଯାଇଥିଲା । କନ୍ୟା ସନ୍ତାନର ଉପଯୁକ୍ତ ସୁରକ୍ଷା, ଆମ ସମସ୍ତଙ୍କ ଦୀକ୍ଷା ହେଉ ଏହା ଉପରେ ବିଭିନ୍ନ ନାରା ଦେବା ସହିତ ପାଲା ଓ ବିଭିନ୍ନ ନାଚ ମାଧ୍ୟମରେ କନ୍ୟା ସନ୍ତାନ ସୁରକ୍ଷା ଉପରେ ସଚେତନ କରିଥିଲେ । ବର୍ତ୍ତମାନ ଡିଜିଟାଲର ଯୁଗ, ଏଣୁ ଆମେ ସମସ୍ତେ କନ୍ୟା ସନ୍ତାନ ମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ସହିତ ବାଲ୍ୟ ବିବାହ ନିଷେଧ ଉପରେ ଗୁରୁତ୍ୱ ଦେବା ପାଇଁ ସଭାରେ ସିଡିପିଓ ମନକୁମାରୀ ଲମ୍ବୋ ସଚେତନ କରିଥିଲେ । ପରେ କିଶୋରୀ ମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତିତ୍ୱ ଅର୍ଜ୍ଜୁନ କରିଥିବା କିଶୋରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.