ଅନୀଲ ବହିଦାର ପ୍ୟାରିସ ଅଲମ୍ପିକ୍ସ ପାଇଁ ପର୍ଯ୍ୟବେକ୍ଷକ ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘର ଆଜୀବନ ସଦସ୍ୟ, ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଦସ୍ୟ, ଓଡ଼ିଶା ବକ୍ସିଂ ଆସୋସିଏସନ୍‌ର ସମ୍ପାଦକ ତଥା ସର୍ବଭାରତୀୟ ବକ୍ସିଂ ଫେଡେରେସନ୍‌ର ବରିଷ୍ଠ ଉପସଭାପତି ଅନୀଲ କୁମାର ବହିଦାର ଚଳିତ ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୧୦ ତରିଖ ପର୍ଯ୍ୟନ୍ତ ଫ୍ରାନ୍ସର ପ୍ୟାରିସ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ ଖେଳରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବା ପାଇଁ ବି.ଏଫ୍. ଆଇ. ଦ୍ୱାରା ମନୋନୀତ ହୋଇଥିବାରୁ ଦେଶର ବକ୍ସିଂ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ବହିଦାର ପୂର୍ବରୁ ୨୦୦୮ରେ ବେଜିଂ ଅଲିମ୍ପିକ ଏବଂ ୨୦୧୨ରେ ଲଣ୍ଡନ ଅଲମ୍ପିକରେ ମଧ୍ୟ ଭାରତର ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ପ୍ରତାପ କୁମାର ସ୍ୱାଇଁ, ଆଶିର୍ବାଦ ବେହେରା, ସଂଜୟ କୁମାର ବେହେରା, ଭାରତଭୂଷଣ ମହାନ୍ତି ପ୍ରଭାତ କୁମାର ଭୋଳ, ରଶ୍ମିରଂଜନ ବୋଇତାଇ, ପ୍ରଭାତ କୁମାର ମଲ୍ଲିକ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଘନଶ୍ୟାମ ଧଳ, ଲକ୍ଷ୍ମଣ ନାଥ ଦାସ, ଧୀରେନ ପଲାଇ, ରଘୁନନ୍ଦନ ପାଢ଼ୀ, ଶିଶିର ପାଣିଗ୍ରାହୀ, ବାସୁଦେବ ବାନାର୍ଜୀ ଇତ୍ୟାଦିଙ୍କ ସହ ପ୍ରଗତି ଉତ୍କଳ ସଂଘର ସମସ୍ତ କର୍ମକର୍ତ୍ତା ଶ୍ରୀ ବହିଦାରଙ୍କୁ ଅଭିନନ୍ଦନ ଜଣାଇବା ସହ ୨୦୨୪ ପ୍ୟାରିସ ଅଲମ୍ପିକ୍ସରେ ମଧ୍ୟ ଶ୍ରୀ ବହିଦାରଙ୍କ ନେତୃତ୍ୱରେ ବକ୍ସିଂ ଖେଳାଳି ମାନେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଭାରତ ପାଇଁ ପଦକ ନିଶ୍ଚିତ କରିବେ ବୋଲି ଆଶା ଓ ବିଶ୍ୱାସ ପ୍ରକଟ କରିଛନ୍ତିି ।

Leave A Reply

Your email address will not be published.