ଛତ୍ରପୁର ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍‌ର ୧୧ତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍‌ର ୧୧ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ହର୍ଷ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି । ବିଳମ୍ବିତ ରାତ୍ରୀ ରଜନୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଧମାଲରେ ମେଗା ମଞ୍ଚ ଦୁଲୁକାଇ ଦେଇଥିଲା । ବିଦ୍ୟାଳୟର କୃତ୍ତି ପ୍ରତିଭା ଧାରୀଙ୍କ ଦେଶାତ୍ମକ ବୋଧକ, ଦେଶୀୟ ଭାଷା ଆଧୁନିକତାର ନୃତ୍ୟ ସଙ୍ଗୀତ ତାଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବେଶ୍ ମୁଖରୀତ କରିଥିଲା । ଯାହା ଥିଲା ଅତ୍ୟନ୍ତ ନିଆରା ଓ ଭାବ ବିନିମୟର ଅନ୍ୟତମ ଆଲୋଡନ । ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏହି ଆନୁଷ୍ଠାନିକ ସମ୍ଭାରରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁରସ୍ଥ ଖଲିକୋଟ ଏକକ ବିଶ୍ୱଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଛତିଶଗଡ଼ ରାଜ୍ୟର ଆତ୍ମାନନ୍ଦ କଲେଜର ଇଂରାଜୀ ବିଭାଗର ସହକାରୀ ପ୍ରଫେସର୍ ସ୍ମିତା ଦାସ୍ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଙ୍କରି ଉଚ୍ଚକୋଟୀର ଶିକ୍ଷାଦାନ ଓ ଅନୁଶାସନ ପ୍ରଣାଳୀ ଅନୁସରଣତାକୁ ନେଇ ସାଧୁବାଦ ଜଣାଇଥିଲେ । ସମ୍ମାନୀତ ଅତିଥିଭାବେ ଗୁଜରାଟର ଯାମନଗର ବିଶିଷ୍ଟ ଶିଳ୍ପପତି (ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିଃ.) ହିମାଂଶୁ ସିହ୍ନା ଯୋଗଦେଇ ବିଦ୍ୟାଳୟର ମୁଖ୍ୟ କର୍ତ୍ତୃପକ୍ଷ ତଥା କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟତମ ଅତିଥିଭାବେ ଛତ୍ରପୁର ଏସ.ଡି.ଜେ.ଏମ୍. କୋର୍ଟର ପବ୍ଲିକ ପ୍ରସିକ୍ୟୁଡର୍ ରାଜେଶ ମିଶ୍ର ଯୋଗଦେଇ ଉକ୍ତ ଶିକ୍ଷାନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଷ୍ଟାଫ୍ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ବର୍ଣ୍ଣାଢ଼୍ୟ ଉତ୍ସବରେ ଅଗଣିତ ଛାତ୍ରଛାତ୍ରୀ ବିବିଧ ସାଂସ୍କୃତିକ ପ୍ରତିଭା ପରିବେଷଣ କରି ଉଚ୍ଚପ୍ରଶଂସା ଲାଭ କରିଥିଲେ । ବିଦ୍ୟାଳୟର ପ୍ରିନ୍ସିପାଲ୍ ସୁଦେଷ୍ନା ମୁଖାର୍ଜୀ ଚିତ୍ତାକର୍ଷକ ଶିଶୁ ସଂସାର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅନୁଷ୍ଠାନର ମୁଖ୍ୟ ତଥା ଚେୟାରମ୍ୟାନ୍ ବୀରସେନ୍ ବେହେରା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ।

Leave A Reply

Your email address will not be published.