ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

  • ବଡ ମଣିଷ ନ ହୋଇ ଭଲ ମଣିଷ ହେବା ପାଇଁ ଚେଷ୍ଟାକର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲରେ ବୁଧବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏଡିଡ଼ବ୍ଲୁଓ ଇପ୍ସିତା ନନ୍ଦ, ମୁଖ୍ୟବକ୍ତା ବିନ୍ଧ୍ୟବାସିନୀ ହାୟର ସେକେଣ୍ଡରୀ ସ୍କୁଲର ଓଡ଼ିଆ ଅଧ୍ୟାପିକା ରଂଜିତା ମହାନ୍ତି, ସମ୍ମାନିତ ଅତିଥି ପାଇକମାଲ ବ୍ଲକ ଶିକ୍ଷାଅଧିକାରୀ ଚୂଡ଼ାମଣି ବାରିକ, ସ୍କୁଲର ଉପଦେଷ୍ଟା ବଡ ଶତପଥି, ପ୍ରକୃତିବନ୍ଧୁ ବିଭୂତି ମୁଣ୍ଡ, ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ, କମିଟି ସଭାପତି ଅଶ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ ପ୍ରଥମେ ନୃସିଂହନାଥ ଭଗବାନଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ସହ ଦୀପ ପ୍ରଜ୍ୱଳନ କରି ପୂଜା କରିଥିଲେ । ଏହାପରେ ପ୍ରାରମ୍ଭିକ ସଂଗୀତ ବାଳିକାମାନେ ଗାନ କରିଥିଲେ । ଆଶୁତୋଷ ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସଭା ପରିଚାଳନା ବିଜୟ ଶଙ୍କର ଦେହୁରୀ କରିଥିଲେ । ଅତିଥି ମାନେ ନିଜସ୍ୱ ଅଭିଭାଷଣରେ ବଡ ମଣିଷ ନ ହେଲେ ମଧ୍ୟ ଭଲ ମଣିଷ ହେବା ପାଇଁ ଚେଷ୍ଟାକର, ଅତ୍ୟନ୍ତ ପରିଶ୍ରମ କରି ମନଦେଇ ପାଠପଢି ସ୍କୁଲର ନାମ ରଖି ପିତାମାତାଙ୍କର ଇଚ୍ଛା ପୂରଣ କରିବା ପାଇଁ କହିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି, ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ବାଳିକା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.