ଉପାନ୍ତ ଖବରର ଚତୁର୍ଥ ବାର୍ଷିକ ଉତ୍ସବରେ ଅତିଥି ମାନଙ୍କ ମତ ପ୍ରକାଶ
‘କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତାଙ୍କ ରକ୍ଷା କବଚ’
ଭୁବନେଶ୍ୱର, (କେପିଏନ୍ଏସ୍) : କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତାଙ୍କ ରକ୍ଷା କବଚ ବୋଲି ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ଆୟୋଜିତ ଉପାନ୍ତ ଖବରର ଚତୁର୍ଥ ବାର୍ଷିକ ଉତ୍ସବରେ ଅତିଥି ମାନେ ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିଛନ୍ତି । ଲମ୍ବୋଦର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ପ୍ରେମର ଅଧ୍ୟକ୍ଷ ଡ. ଜକୋବ ଥୁଣ୍ଡିଲ, ମୁଖ୍ୟବକ୍ତା ଭାବେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ନବୀନ ସମ୍ବାଦପତ୍ରର ସମ୍ପାଦକ ରବି ରଥ, ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ହାସ୍ୟ ଅଭିନେତା ପପୁ ପମ୍ପମ୍, ରାଜ୍ୟ କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଇଂ. ସଞ୍ଜୀବ କୁମାର ଦାସ ଶର୍ମା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ଓ ସମାଜସେବୀ ପରମେଶ୍ୱର ଦାସ ପ୍ରମୁଖ ଯୋଗଦେଇ ଉପାନ୍ତ ଖବରର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପରିବେଶବିତ୍ ଶୋଭାକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଗଣେଶ ଚନ୍ଦ୍ର ବିଷୋୟୀ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କୃତ୍ତି ପ୍ରତିଭା ଓ ପତ୍ରିକାର ପ୍ରତିନିଧି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଉପାନ୍ତ ଖବରର ସ୍ୱନକ୍ଷତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପାନ୍ତ ଖବରର ପରିଚାଳନା ସମ୍ପାଦକ ପଣ୍ଡିତ ଅଜିତ କୁମାର ଦାସଙ୍କ ସମେତ ସମସ୍ତ ପ୍ରତିନିଧି ପରିଚାଳନା କରିଥିଲେ ।