centurian jitm

ଶିବ ପ୍ରସାଦ ପାଣ୍ଡିଆ ଜନ୍ମ ଶତବାର୍ଷିକୀ ସମାରୋହ ଉଦ୍‌ଘାଟିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପ୍ଳବୀ କବି, ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଉଦ୍‌ଘାଟନୀ ଉତ୍ସବ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ବରେଣ୍ୟ ଅତିଥିଭାବେ ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡଃ. ଶ୍ରୀନିବାସ ଉଦ୍‌ଗାତା ଏବଂ ମୁଖ୍ୟ ଅତିଥିଭାବେ ସମ୍ବଲପୁର ଆଇଆଇଏମ୍ ଡାଇରେକ୍ଟର ଡଃ. ମହାଦେଓ ଜୟସ୍ୱାଲ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଆଇଆଇଏମ୍ ଡାଇରେକ୍ଟର ଡ. ଜୟସ୍ୱାଲ ତାଙ୍କ ବକ୍ତବ୍ୟରେ ଆଗାମୀ ଦିନରେ ଏଆଇ ବା କୃତ୍ତିମ ବୁଦ୍ଧିମତ୍ତା କିଭଳି କ୍ରାନ୍ତି ଆଣିବାକୁ ଯାଉଛି କହିଥିଲେ । ଶିକ୍ଷା କ୍ଷେତ୍ରରେ ଏଆଇର ପ୍ରୟୋଗ ହୋଇସାରିଛି । ଏବେ କଳା, ସଂସ୍କୃତି ଏବଂ ପରମ୍ପରା କ୍ଷେତ୍ରରେ ଏଆଇ ପ୍ରୟୋଗ କରାଯାଉଛି । ପଶ୍ଚିମ ଓଡିଶାର କଳା, ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଏଆଇ ବଳିଷ୍ଠ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । ବରେଣ୍ୟ ଅତିଥି ପଦ୍ମଶ୍ରୀ ଉଦ୍‌ଗାତା ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ପାଣ୍ଡିଆଙ୍କ ସଂଘର୍ଷ, ଲଢ଼େଇ ଏବଂ ସାଧାରଣ ବର୍ଗଙ୍କ ପ୍ରତି ତାଙ୍କ ସହଯୋଗ ବିଷୟରେ କହିଥିଲେ । ସାଧାରଣ ଲୋକଙ୍କ ଭିତରେ ଏକ ଗଭୀର ବିଶ୍ୱାସ ଭରି ଦେଇଥିଲେ । ମୁଁ କରିପାରିବି ଏଭଳି ବିଶ୍ୱାସ ଜନ୍ମିଲେ ଜୀବନ ସଫଳ ହେବ ବୋଲି ସେ ଉପସ୍ଥିତ ଛାତ୍ରୀଛାତ୍ର ଏବଂ ଜନସାଧାରଣଙ୍କୁ କହିଥିଲେ । ସଭାପତୀୟ ଅଭିଭାଷଣରେ ପ୍ରଫେସର ପତି ସ୍ୱର୍ଗତ ପାଣ୍ଡିଆ କିଭଳି ସଂଘର୍ଷ କରି ମଧ୍ୟ ନିଜ ଜୀବନକୁ ମହନୀୟ କରିବା ସହ ଏକ ବୃହତ୍ ଅଞ୍ଚଳର ଅବହେଳିତଙ୍କ ସ୍ୱର ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ । ତାଙ୍କ ଜୀବନରୁ ଆମେ ଅନେକ କିଛି ଶିକ୍ଷା କରିପାରିବା ବୋଲି କହିଥିଲେ । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଅରବିନ୍ଦ ଓଝା ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ସୁଶୀଳ କୁମାର ପାଣ୍ଡିଆ ଅତିଥିଙ୍କୁ ସମ୍ବର୍ଦ୍ଧିିତ କରିଥିଲେ । ସନ୍ଦୀପ କୁମାର କୁଅଁର ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ ବୀରେନ୍ଦ୍ର କୁମାର ଝାଙ୍କର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷାବିତ୍ ହରିବନ୍ଧୁ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ସଭାରେ ପ୍ରଶାନ୍ତ ମହାକୁର, ଯୁଜେଷ୍ଟି ମେହେର, ସଂଗ୍ରାମ ପାଣ୍ଡିଆ, ନିହାର ପାଣ୍ଡିଆ, ମୋହନ ପାଣ୍ଡିଆ ସହଯୋଗ କରିଥିଲେ । ସଭାରେ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଆହ୍ଳାଦ ପୂଜାରୀ, ପ୍ରଫେସର ଡଃ. ସୁଜିତ ପୃଷେଠ୍‌, ସୁବାସ ପଣ୍ଡା, ସୁଷମା ମଞ୍ଜରୀ ନାଏକ, ସରସ୍ୱତୀ ନନ୍ଦ, କଳ୍ପନା ମିଶ୍ର, ସରିତା ଆଚାର୍ଯ୍ୟ, ଡ. ପ୍ରେମଚାନ୍ଦ ମହାନ୍ତି, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶଶିଭୂଷଣ ପୁରୋହିତ, ଭବାନୀ ଶଙ୍କର ଶତପଥି, କୃଷ୍ଣ ବାରିକ, ପ୍ରଶାନ୍ତ ଯୋଷୀ, ବିନୋଦ ମହାନ୍ତି, ପ୍ରଫେସର ତରୁଣ ମିଶ୍ର, ନବୀନ ନାୟକ, ସନ୍ତୋଷ ପାଢ଼ୀ, ଅରୁଣ ମିଶ୍ର, ଅଶୋକ ରାଉତ, ସୁଧୀର ପଣ୍ଡା, ନବୀନ ନାୟକ, ରତିକାନ୍ତ ନାଏକ, ଉଦିତ ଚନ୍ଦ୍ର ପଣ୍ଡା, କୁନୁ ପଣ୍ଡା, ଚାଇନା ମହାନ୍ତି, ପ୍ରଭାତ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ, ବାବୁ ପୂଜାରୀ, ଅଖିଳ ହୋତା, ଚନ୍ଦ୍ରଭାନୁ ମୋଲାନା, ଚିତ୍ତରଞ୍ଜନ ମିଶ୍ର, ନବୀନ ପଶାୟତ, ଟିକଲ ପୁଟେଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.