oom

ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ହରିହର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଲକ୍ଷ୍ୟ ଦିଗରେ କାମ କରିବା ସହ ଭଲ ପାଠ ପଢିବା ସାଙ୍ଗେ ସାଙ୍ଗେ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ପୂର୍ବତନ ବିଜ୍ଞାନ ଶିକ୍ଷକ ତଥା ସାଧନକର୍ମୀ ଶିବପ୍ରସାଦ ତ୍ରିପାଠୀ ଜିଜ୍ଞାସା ହେଉଛି ସଫଳତାର ଚାବିକାଠି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଗ୍ରାମର ବରିଷ୍ଠ ନାଗରିକ ମିତ୍ରଭାନୁ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ଆନନ୍ଦ ବଡ଼ପଣ୍ଡା ଶିଶୁମାନଙ୍କ ଭିତରେଥିବା ଅନ୍ତର୍ନିହିତ ଶକ୍ତିର ବିକାଶରେ ଏହି ବାର୍ଷିକ ଉତ୍ସବ ସାହାର୍ଯ୍ୟ କରିବ ବୋଲି ମତ ପ୍ରକାଶ କରିଥିଲେ । ତର୍କ, ସଂଗୀତ, ଗଳ୍ପ ଲିଖନ, କୁଇଜ୍‌, ମ୍ୟୁଜିକ ଚୌକି, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଂକୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ ଓ ଏହି କାର୍ଯ୍ୟକ୍ରମକୁ ନୂତନ ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନା କରିଥିଲେ । ପୁଣି ବିଦ୍ୟାଳୟରେ ନୂତନଭାବେ ଯୋଗଦେଇଥିବା ଶିକ୍ଷକ, ଶିକ୍ଷୟତ୍ରୀ ଯଥା ନିଲାମ୍ବର ନନ୍ଦ, ଶ୍ରୀମାସୁତା ମଲ୍ଲିକ, ଅପର୍ଣ୍ଣା ପଟେଲ ତଥା ମଞ୍ଜରୀ ସୁନାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଜିତ କୁମାର ଗୁରୁ, ପବିତ୍ର ମୋହନ ପଧାନ ଓ ହାରିବଲ ପଧାନ ସହଯୋଗ କରିଥିଲେ । ସଭା ଶେଷରେ ଶିକ୍ଷୟିତ୍ରୀ ଅପର୍ଣ୍ଣା ପଟେଲ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.