centurian jitm

ଶିକ୍ଷା ସମୃଦ୍ଧି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦ୍‌ଯାପିତ

nschool

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ନବୀନ ଛକଠାରେ ଥିବା ଶିକ୍ଷା ସମୃଦ୍ଧି ବିଦ୍ୟାଳୟ ପରିସରରେ ୬ତମ ବାର୍ଷିକ ଉତ୍ସବ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ସଭାରେ ସ୍କୁଲର ପରିଚାଳନା ନିର୍ଦେଶକ ଗୋପେଶ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥିଭାବେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ, ଅତିରିକ୍ତ ଶିକ୍ଷା ଅଧିକାରୀ ରିତାରାଣୀ ତ୍ରିପାଠୀ, ମୁଖ୍ୟବକ୍ତା ଜ୍ୟୋତିଷବିତ ପ୍ରଦୀପ ଜାଲ ପ୍ରମୁଖ ଅତିଥିଭାବରେ ଯୋଗଦାନ କରି ଛାତ୍ରୀମାନଙ୍କ ଭବିଷ୍ୟତ ଉପରେ କାମନା କରିବା ସହ ବିଦ୍ୟାଳୟ ହେଉଛି ମଣିଷ ଗଢ଼ା କାରଖାନା । ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପାଠପଢି ଆଗାମୀ ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ, ବୈଜ୍ଞାନିକ ହୋଇପାରିବେ । ତେଣୁ ଏ ଦିଗରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀମାନଙ୍କ ପ୍ରତି ଯନ୍ତ୍ରବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଏହାର ପ୍ରାରମ୍ଭିକରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସଂଗୀତ ଗାନ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ସଭାକୁ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଲମ୍ବୋଦର ପ୍ରଧାନ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ସମୟରେ ଅନୁଷ୍ଠାନ ସମ୍ପାଦିକା ମୀନାରାଣୀ ସାହୁ, ସହ ସମ୍ପାଦିକା ଏନି ମେହେର ସହିତ ଶିକ୍ଷକ ପ୍ରଦୀପ ରଣା, ନରେନ୍ଦ୍ର ହେର୍ଣ୍ଣା, ଦିନେଶ ବାଗ, ତୋଫାନ ବଗର୍ତ୍ତି, ରୁନୁ ପ୍ରଧାନ, ମମତା ସ୍ୱାଇଁ, ରେଶମା ରାଣୀ ମିଶ୍ର, ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପରେ ଶିକ୍ଷକ ମାନସ ସାହୁ ଓ ନିକିତା ଭୋଇଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କଂସ ଦରବାର, ଓଡ଼ଶୀ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.