ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

  • ପିୟୁଷ, ବିକାଶ ଓ ବର୍ଷା ଚାମ୍ପିୟନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରେ କ୍ରୀଡା ମଶାଲ ପ୍ରଜ୍ଜ୍ୱଳନ କରିବା ପରେ ଭଵ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ପରେ ବିଦ୍ୟାଳୟର ପଡ଼ିଆରେ ମଶାଲ ସ୍ଥାପନ ପୂର୍ବକ ପ୍ରଧାନ ଶିକ୍ଷକ ଚିତ୍ରରେଖା ପ୍ରଧାନ କ୍ରୀଡା ପତାକା ଉତ୍ତୋଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ଅଧ୍ୟୟନରତ ଶିକ୍ଷାର୍ଥୀଙ୍କ ଶାରୀରିକ ବିକାଶ ତଥା କ୍ରୀଡା ପ୍ରତିଭାର ଉନ୍ନତି ନିମିତ୍ତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କ୍ରୀଡା ଶିକ୍ଷକ କ୍ରୀଷ୍ଣାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆନନ୍ଦ ଚନ୍ଦ୍ର ମହାପାତ୍ର, ସୁରଭି ସିଂ ବରିହା, ସରୋଜ ମେହେର, କଲ୍ୟାଣୀ ବିଶ୍ଵାଳଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଉଦଯାପନୀ ସମାରୋହରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷକ ଚିତ୍ରରେଖାପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ବାଳକ ବିଭାଗରେ ପିୟୁଷ ଗଡତୀୟା ଓ ବିକାଶ ସାହୁ, ବାଳିକା ବିଭାଗରେ ବର୍ଷା ସାହୁ ଚାମ୍ପିୟନ ଘୋଷିତ ହୋଇ ପୁରସ୍କୃତ ହୋଇଥିଲେ । ବିଡିଓ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.