ମୁଣ୍ତାପଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମୁଣ୍ତାପଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜୟାନନ୍ଦ ମେହେରଙ୍କ ସଭାପତିତ୍ୱରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ଲମ୍ବୋଦର ନିଆଲ, ସମ୍ମାନିତ ଅତିଥିଭାବରେ ମନ୍ଦାକିନୀ ବଘେଲ, ସିଆର୍‌ସିସି ରମାକାନ୍ତ ମେହେର, ଦେବ ସିଂ ନାଏକ, ଦୁର୍ଯ୍ୟୋଧନ ନିଆଲ ମଞ୍ଚାସୀନ ହୋଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାର ନାଚ, ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଯଜ୍ଞେଶ୍ଵର ମେହେର ପରିଚାଳନା କରୁଥିବା ବେଳେ ଶିକ୍ଷକ ହରିଶ୍ଚନ୍ଦ୍ର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.