ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନ୍‌ଏମ୍‌ଙ୍କୁ ମରଣାନ୍ତକ ଆକ୍ରମଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା । ଶୁକ୍ରବାର ବିଳମ୍ବିତ ରାତ୍ରରେ ଘରେ ପଶି ଏଏନ୍‌ଏମ୍‌ଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନ୍‌ଏମ୍‌ ଟିକିଲି ରାଜପୁତଙ୍କୁ ବିଳମ୍ବିତ ରାତିରେ ୪ରୁ ଅଧିକ ମହିଳା ୧୦ରୁ ଅଧିକ ପୁରୁଷ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଏନ୍‌ଏମ୍‌ଙ୍କୁ ଘରୁ ଘୋଷାରି ଆଣି ନିର୍ଧୁମ ମାଡ ମାରିଥିଲେ । ଏଏନ୍‌ଏମ୍‌ଙ୍କ ମୁହଁ, ଛାତି ଓ ମୁଣ୍ଡରେ ଆଘାତ ଲାଗିଛି । ଖବର ପାଇ ବାଲିଗୁଡା ଥାନା ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛି । ଏନେଇ ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ମୁତାବକ ଏଏନ୍‌ଏମ୍‌ଙ୍କ ସହ ଜଣେ ଝିଅ ରହୁଥିଲେ । ସେ ଗୋଟିଏ ପୁଅକୁ ଭଲ ପାଉଥିବା ବେଳେ ପୁଅ ଘର ଲୋକ ରାତିରେ ଆସି ସେ ଝିଅକୁ ନ ପାଇ ଏଏନ୍‌ଏମ୍‌ଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । କିନ୍ତୁ ଘଟଣାର ତଦନ୍ତ ହେଲେ ସତ୍ୟା ସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.