oom

ମହିଳା ଓ ଶିଶୁ ବିକାଶରେ ଅନିୟମିତତା : ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଦଶମ ବାର୍ଷିକୀ ପାଳନ କଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

jsmm
  • ଗତ ଏକ ଦଶନ୍ଧି ମଧ୍ୟରେ, ଏହି ଯୋଜନା ଭାରତରେ ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନର ସ୍ଥିତିରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି
  • ଜାନୁଆରୀ ୨୨ରୁ ମାର୍ଚ୍ଚ ୮, ୨୦୨୫ ପର୍ଯ୍ୟନ୍ତ ଦଶମ ବାର୍ଷିକ ଉତ୍ସବ ଚାଲିବ ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ଶେଷ ହେବ
  • ଉଦ୍‌ଘାଟନୀ ସମାରୋହରେ ଶୁଭାରମ୍ଭ କରାଯାଇଥିବା ଶ୍ରେଷ୍ଠ ଅଭ୍ୟାସ, ମିଶନ ବାତ୍ସଲ୍ୟ ପୋର୍ଟାଲ, ମିଶନ ଶକ୍ତି ପୋର୍ଟାଲ ଏବଂ ମିଶନ ଶକ୍ତି ମୋବାଇଲ ଆପ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହାକି ମହିଳା ଏବଂ ଶିଶୁ ସଶକ୍ତୀକରଣ ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ପାଇଁ ପରିକଳ୍ପନା କରାଯାଇଛି

ନୂଆଦିଲ୍ଲୀ, (ପିଆଇବି) : ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବେଟି ବଚାଓ ବେଟି ପଢ଼ାଓ (ବିବିବିପି) ଯୋଜନାର ଦଶମ ବାର୍ଷିକୀ ପାଳନ କରିଛି ଯାହା କି ଲିଙ୍ଗଗତ ଅସନ୍ତୁଳନ ଦୂର କରିବା ଏବଂ କନ୍ୟା ସନ୍ତାନ ସଶକ୍ତୀକରଣ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିବିବିପି ଯୋଜନା ଅଧୀନରେ ଏକ ଦଶନ୍ଧିର ଅଗ୍ରଗତି ଉପରେ ଆଲୋକପାତ କରାଯାଇଥିଲା, ଯାହା ମହିଳା ଏବଂ ବାଳିକା ସଶକ୍ତୀକରଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହା ଦେଶର ଏକ ବିକାଶିତ ଭାରତ ୨୦୪୭ ର ସ୍ୱପ୍ନକୁ ମଧ୍ୟ ଦୋହରାଇଛି, ଯେଉଁଠାରେ ଲିଙ୍ଗଗତ ସମାନତା କେବଳ ଏକ ନୀତିଗତ ପ୍ରାଥମିକତା ନୁହେଁ ବରଂ ଏକ ସାମାଜିକ ମାନଦଣ୍ଡ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ତାଙ୍କ ସ୍ୱତନ୍ତ୍ର ଅଭିଭାଷଣରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ସଫଳତା ଶିଶୁ ଲିଙ୍ଗ ଅନୁପାତ, ଆନୁଷ୍ଠାନିକ ପ୍ରସବ ଏବଂ ଝିଅମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତାରେ ଯଥେଷ୍ଟ ଉନ୍ନତିରୁ ସ୍ପଷ୍ଟ ହୋଇଛି । ପ୍ରତ୍ୟେକ କନ୍ୟା ସନ୍ତାନ ଯେପରି ଆସନ୍ତାକାଲିର ନେତ୍ରୀ ହେବା ପାଇଁ ଯୋଗ୍ୟ ଯତ୍ନ ଓ ସୁଯୋଗ ପାଇବେ ତାହା ସୁନିଶ୍ଚିତ କରିବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ତାଙ୍କ ମୁଖ୍ୟ ବକ୍ତବ୍ୟରେ କହିଛନ୍ତି ଯେ ବିବିବିପିର ପରିବର୍ତ୍ତନକାରୀ ପ୍ରଭାବକୁ ସ୍ୱୀକାର କରିବା ସହ ଏହି ଯୋଜନା ସାମାଜିକ ପରିବର୍ତ୍ତନ ପାଇଁ ଏକ ଉତପ୍ରେରକ ପାଲଟିଛି ବୋଲି ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ସରକାରୀ ଯୋଜନାରୁ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି । ଶ୍ରୀମତୀ ଦେବୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ୧୦ ବର୍ଷର ଯାତ୍ରା କନ୍ୟା ସନ୍ତାନର ସ୍ଥିତିରେ ଉନ୍ନତି ଆଣିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ ପାଇଁ ତାଙ୍କୁ ସମାନ ସୁଯୋଗ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ସ୍ୱତନ୍ତ୍ର ଅଭିଭାଷଣ ଦେଇ ଏହି ଯୋଜନା ଦ୍ୱାରା ହୋଇଥିବା ସାଂସ୍କୃତିକ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । “ବେଟି ବଚାଓ ବେଟି ପଢ଼ାଓ ହେଉଛି ମହିଳାଙ୍କ ଉନ୍ନତି ପାଇଁ ଆମର ସାମୂହିକ ପ୍ରତିବଦ୍ଧତାର ପ୍ରତିଫଳନ । ଶ୍ରୀମତୀ ଠାକୁର କହିଥିଲେ ଯେ ଆମେ ଏହି ମାଇଲଖୁଣ୍ଟ ପାଳନ କରୁଥିବା ବେଳେ, ଆମେ ଏକ ପରିବେଶ ସୃଷ୍ଟି କରିବା ପାଇଁ ଆମର ସମର୍ପଣକୁ ଦୋହରାଇଛୁ ଯେଉଁଠାରେ ପ୍ରତ୍ୟେକ ଝିଅର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁଯୋଗରେ ପରିପୂର୍ଣ୍ଣ ଭବିଷ୍ୟତ ଅଛି । ଏହି ଅବସରରେ ସମଗ୍ର ଦେଶରେ ମହିଳା ଓ ଶିଶୁସଶକ୍ତୀକରଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ପାଇଁ ସର୍ବୋତ୍ତମ ଅଭ୍ୟାସ ସଂକଳନ, ମିଶନ ବାତ୍ସଲ୍ୟ ପୋର୍ଟାଲ, ମିଶନ ଶକ୍ତି ପୋର୍ଟାଲ ଏବଂ ମିଶନ ଶକ୍ତି ମୋବାଇଲ୍‍ ଆପ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଶସ୍ତ୍ର ବାହିନୀ, ପୁଲିସ, ଅର୍ଦ୍ଧସାମରିକ ବାହିନୀ, ଚିକିତ୍ସା, ବିଜ୍ଞାନ, ସରକାର ସମେତ ବିଭିନ୍ନ କ୍ଷେତ୍ରର ସମ୍ମାନିତ ମହିଳା ଅଧିକାରୀଙ୍କ ସହ ଉତ୍ସାହୀ ଛାତ୍ରୀମାନେ ଉପସ୍ଥିତ ଥିଲେ । ଗତ ଏକ ଦଶନ୍ଧି ମଧ୍ୟରେ ବିବିବିପି ଯୋଜନା ଭାରତରେ ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନର ସ୍ଥିତିରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଜନ୍ମ ସମୟରେ ଜାତୀୟ ଲିଙ୍ଗ ଅନୁପାତ (ଏସ୍‌ଆର୍‌ବି) ୨୦୧୪-୧୫ରେ ୯୧୮ଥିବା ବେଳେ ୨୦୨୩-୨୪ରେ ଏହା ୯୩୦କୁ ବୃଦ୍ଧି ପାଇଛି । ମାଧ୍ୟମିକ ସ୍ତରରେ ଝିଅମାନଙ୍କର ମୋଟ ନାମଲେଖା ଅନୁପାତ ୭୫.୫୧%ରୁ ୭୮%କୁ ବୃଦ୍ଧି ପାଇଛି ଏବଂ ସଂସ୍ଥାଗତ ପ୍ରସବ ହାର ୬୧%ରୁ ୯୭.୩%କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ପ୍ରଥମ ତ୍ରୈମାସିକ ପ୍ରସବ କାଳୀନ ଯତ୍ନ ପଞ୍ଜୀକରଣ ୬୧%ରୁ ୮୦.୫%କୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୨ ଜାନୁଆରୀ, ୨୦୧୫ରେ ଏହାର ଶୁଭାରମ୍ଭ ପରଠାରୁ ବିବିବିପି ଯୋଜନା ଭାରତରେ ଲିଙ୍ଗଗତ ଭେଦଭାବ ଏବଂ ହ୍ରାସ ପାଉଥିବା ଶିଶୁ ଲିଙ୍ଗ ଅନୁପାତ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ସମାଧାନ କରିଛି । ଏହି ଯୋଜନା ଏକ ସାଂସ୍କୃତିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇଛି ଯାହା କନ୍ୟା ସନ୍ତାନମାନଙ୍କୁ ଗୁରୁତ୍ୱ ଦିଏ, ତାଙ୍କ ଅଧିକାର ଏବଂ ସୁଯୋଗକୁ ସୁରକ୍ଷିତ ରଖିବା କୁ ସୁନିଶ୍ଚିତ କରେ ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରେ । ୨୦୨୫ ଜାନୁଆରି ୨୨ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ୧୦ତମ ବାର୍ଷିକ ଉତ୍ସବ ଆନ୍ତର୍ଜାତିକ ମହିଳା ଦିବସରେ ଶେଷ ହେବ । ବିବିବିପି ଯୋଜନାର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅଭିଯାନ ସମେତ ଦେଶବ୍ୟାପୀ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାବ୍ୟତୀତ ଭାରତ ସରକାରଙ୍କ ସାମଗ୍ରିକ ବିକାଶର ବ୍ୟାପକ ଦୃଷ୍ଟିକୋଣ ଅନୁଯାୟୀ ସ୍ଥାୟୀତା ଏବଂ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବୃକ୍ଷରୋପଣ ଅଭିଯାନ ପରିଚାଳିତ ହେବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଯେ ବିବିବିପି ଯୋଜନା ସକାରାତ୍ମକ ପରିବର୍ତ୍ତନ, ସମଗ୍ର ଦେଶରେ ବାଳିକା ଏବଂ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ବିକଶିତ ଭାରତ ଗଠନରେ ଯୋଗଦାନ ପାଇଁ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ।

jittmm
Leave A Reply

Your email address will not be published.