ବଲାଙ୍ଗିର, (କେପିଏନ୍ଏସ୍) : ରୁମ୍କୁଝୁମାନା ଏବଂ ଅଙ୍ଗରା ସାହିତ୍ୟ ଅନୁଷ୍ଠାନର ମିଳିତ ଉଦ୍ୟମରେ ସେଲେଡି ଗାଁଠାରେ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଏକ ସାହିତ୍ୟ ସମ୍ବିଳନୀ ଆୟୋଜିତ ହୋଇଯାଇଛି । ସୋନପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମଞ୍ଚରେ ମଞ୍ଚାସିନ ଥିଲେ । ଉକ୍ତ ସଭାରେ ବଲାଙ୍ଗିର ତହଁକ୍ ସାହିତ୍ୟ କୁଟୁମ୍ର ସକ୍ରିୟ ସଦସ୍ୟ ଦିଲ୍ଲୀପ କୁମାର ମିଶ୍ରଙ୍କୁ ଅଙ୍ଗରା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉକ୍ତ ସଭାରେ ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ନୂଆଁପଡାର ଶତାଧିକ କବି ଉପସ୍ଥିତ ଥିଲେ । ଅଙ୍ଗରାର ମୁଖ୍ୟ ଶାଶ୍ଵତ ତ୍ରିପାଠୀ ଏବଂ ସମ୍ପାଦିକା ଗୀତାଞ୍ଜଳୀ ମିଶ୍ର ସଭା ପରିଚାଳନା କରିଥିଲେ ।
Prev Post