୨ ବର୍ଷ ପରେ ବି ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନଓ୍ବାଡି କେନ୍ଦ୍ର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ନିର୍ମାଣ କରାଯାଉଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ୨ ବର୍ଷ ହେବ, ହେଲେ ସମ୍ପୂର୍ଣ୍ଣ ହୋଇପାରୁନି କି ସୂଚନା ଫଳକ ଲାଗାଯାଇନି । ବର୍ତ୍ତମାନ ଅଙ୍ଗନଓ୍ବାଡି ଗୃହ ନଥିବାରୁ ବହୁତ ଅସୁବିଧା ହେଉଛି । ଅଙ୍ଗନଓ୍ବାଡି ଶିଶୁ ମାନଙ୍କୁ ପାଠ ପଢାଇବା ପାଇଁ ଗାଁ ସ୍କୁଲର ଗୋଟିଏ କଠୋରୀ ଦିଆଯାଇଛି । ସେଇଠି ଏବେ ପାଠ ପଢା ଯାଉଛି । ହେଲେ ସ୍କୁଲର ଛାତ ଧୀରେ ଧୀରେ ଖସି ରଡ୍‌ ଦିଶିଗଲାଣି, ଯାହାକି ଶିଶୁ ମାନଙ୍କ ପାଇଁ ବିପଦ ଆଶଙ୍କା ଦେଖାଦେଉଛି । ବର୍ତ୍ତମାନ ଶିଶୁ ମାନଙ୍କୁ ପାଠ ପଢିବା ଓ ଗର୍ଭବତୀ ମାନଙ୍କୁ ଟୀକା ଦେବା ପାଇଁ ମଧ୍ୟ ଅସୁବିଧା ହେଉଛି । ହେଲେ ନବ ନିର୍ମିତ ଅଙ୍ଗନଓ୍ବାଡି ଗୃହ ୨ ବର୍ଷ ହେବ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏନେଇ ସରପଞ୍ଚ ଉତ୍ତର କୁମାର ଭୋଇଙ୍କୁ ପଚାରିବାରୁ ଟଙ୍କା ଟିଏ ବି ବିଲ୍‌ ମିଳି ନଥିବା କହିଛନ୍‌ନ୍ତି । ଏବେ ଫାଇଲ ଦିଆଯାଇଛି । କୋଡିଙ୍ଗ ମଧ୍ୟ ହୋଇ ନଥିଲା । ସେଥିପାଇଁ ପଡି ରହିଥିବା ସୂଚନା ଦେଇଛନ୍ତି । ଅନ୍ୟ ପଟେ ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କୁ ପଚାରିବାରୁ ସେଇଟା ଆଗରୁ ଡିସ୍‌ପ୍ୟୁଟ ଥିଲା, ଏବେ ସଟ୍ ଆଉଟ୍‌ କରି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.