oom

ବଲାଙ୍ଗିର ଜିଲ୍ଲାର ୭୮୪ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଗ୍ୟାସ୍‌ ଚୁଲା ଯୋଗାଣ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆୟୋଜିତ ଏକ ୱେବିନାର ଜରିଆରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କ ଉପସ୍ଥିତିରେ ଭର୍ଚୁଆଲ ମୋଡ଼୍‌ରେ ଜିଲ୍ଲାର ୭୮୪ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଓ ଗ୍ୟାସ ଚୁଲା ଯୋଗାଇ ଦିଆଯାଇଛି । ୱେବିନାରରେ ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ମହିଳା ଓ ଶିଶୁ ମାନଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ । ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ସହ ରନ୍ଧନ ଗ୍ୟାସର ଆବଶ୍ୟକତା ଓ ଉପାଦେୟତା ସଂପର୍କରେ ସବିଶେଷ ଆଲୋଚନା କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଣ ହେବା ଦ୍ୱାରା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ସେମାନଙ୍କର ସମୟ ସଂଚୟ କରିପାରିବେ ଓ କାଠଚୁଲିରୁ ନିର୍ଗତ ହେଉଥିବା ଧୂଆଁରୁ ଶିଶୁ ମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ହୋଇପାରିବ । ସଂଗେ ସଂଗେ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ସୁରକ୍ଷିତ ରହିପାରିବ ବୋଲି ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଳାପାଳ ଚଂଚଳ ରାଣା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ରନ୍ଧନ ଗ୍ୟାସର ଉପାଦେୟତା ସଂପର୍କରେ ଆଲୋକପାତ କରିବା ସହ ଏହା ଦ୍ୱାରା ଅଙ୍ଗନବାଡ଼ି କର୍ମୀ, ସହାୟିକା ବିଶେଷ କରି ଶିଶୁମାନେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାରେ ଥିବା ଅବଶିଷ୍ଟ ଅଙ୍ଗନବାଡ଼ି କେନ୍ଦ୍ରକୁ ଶୀଘ୍ର ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଗ୍ୟାସ ଚୁଲା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ୱେବିନାରରେ ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଏହି ପଦକ୍ଷେପ ସକାଶେ ଓଡ଼ିଶା ସରକାର ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ୱେବିନାରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଆଇସିଡିଏସ୍‌ ସୁପର୍‌ ଭାଇଜର୍‌, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଯୋଗାଇ ଦେଇଥିଲେ । ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.