ମାଲକାନଗିରି : ମାଲକାନଗିରି ଜିଲ୍ଲାର ୧୩ ଜଣ ଭିନ୍ନକ୍ଷମଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ । ବୁଧବାର ଏକ ସ୍ୱତନ୍ତ୍ର ବସ୍ ଯୋଗେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଭୁବନେଶ୍ୱର ପଠାଇଛନ୍ତି । ମାଲକାନଗିରି, କାଲିମେଳା, ପଡ଼ିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ବ୍ଲକରୁ ଚିହ୍ନଟ ହୋଇଥିବା ଦୁଇଜଣ ମହିଳା ଓ ୧୦ଜଣ ପୁରୁଷ ମୋଟ ୧୩ ଜଣ ଦିବ୍ୟାଙ୍ଗଙ୍କୁ ଆଜି ଭୁବନେଶ୍ଵର ପଠାଯାଇଛି ।
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଠାରେ ଥିବା ଆଡଭାନ୍ସ ରିହାବିଲଟିସେନ ସେଣ୍ଟରରେ ସେମାନେ ରହିବେ । ସେଠାରେ ମାଗଣାରେ ସେମାନଙ୍କର କୃତ୍ରିମ ହାତ ଏବଂ ଗୋଡ଼ ପ୍ରତିରୋପଣ କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ସଫଳତା କାମନା କରିଥିଲେ ।