ଭାରତ ବନ୍ଦ ଡାକରା ପ୍ରଭାବରେ ବୈପାରିଗୁଡା ବ୍ଲକ ସମ୍ପୂର୍ଣ୍ଣ ଯାତାୟତ ଠପ୍ : ତହସିଲଦାର ଓ ବିଏସ୍‌ଏଫ୍‌କୁ ଛାଡିଲେ ନାହିଁ ଆନ୍ଦୋଳନକାରୀ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଭାରତ ବନ୍ଦର ପ୍ରଭାବ ବିଶେଷ କରି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ଦେଖିବାକୁ ମିଳିଥିଲା । ଯାତାୟତ ଠପ୍ ସହ ରାସ୍ତାକଡରେ ଶହ ଶହ ଯାନବାହାନ ଗୁଡିକ ଅଟକି ରହିଥିବା ବେଳେ କୌଣସି ପ୍ରକାର ସରକାରୀ ଓ ବେସରକାରୀ ସଂସ୍ଥାର ଅଧିକାରୀ ମାନଙ୍କୁ ଆନ୍ଦୋଳନକାରୀ ମାନେ ଛାଡୁନଥିବାର ଦେଖିବାକୁ ମିଳିଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନ ଜାତିବର୍ଗର ଭାଗିଦାରୀ ଆରକ୍ଷଣକୁ ସମାପ୍ତ କରିବା ନିମନ୍ତେ ହୋଇଥିବା ଷଡଯନ୍ତ୍ର ବିରୋଧରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ବୈପାରିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଅନୁସୂଚିତ ଜାତି ଓ ଜନ ଜାତି କ୍ରିୟାନୁଷ୍ଠାନ କମିଟି ଡାକରାରେ ବୁଧବାର ଏହି ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ବ୍ଲକର ବିଭିନ୍ନ ସମ୍ପଦ୍ରୟାର ଏସ୍‌ସି, ଏସ୍‌ଟି ଲୋକେ ସହିଦ ଲକ୍ଷ୍ମଣ ନାୟକ ଚାରିଛକକୁ ବନ୍ଦ କରିବା ସହିତ ଭାରତ ବନ୍ଦ ଡାକରା ପାଳନ କରାଯାଇଛି । ରାସ୍ତାକୁ ଅବରୋଧ କରିବା ସହ ପିକେଟିଂ କରି ବ୍ୟାଙ୍କ, ପୋଷ୍ଟ ଅଫିସ, ସ୍କୁଲ କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରାଯାଇଥିଲା ।

Leave A Reply

Your email address will not be published.