ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ମୁରିବାହାଲ ତହସିଲ ପକ୍ଷରୁ ୭ ଦଫା ଦାବିରେ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ବହୁ ଅବହେଳିତ ଓ ପ୍ରତିକ୍ଷିତ ନ୍ୟାର୍ଯ୍ୟ ଅଣଆର୍ଥିକ ଦାବି ଓଡ଼ିଆର୍ଏସ୍ ନିୟମ ୧୯୮୩ ଅନୁଯାୟୀ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡ଼ର ପୁନର୍ଗଠନ, ସହକାରୀ ରାଜସ୍ଵ ନୀରିକ୍ଷକଙ୍କ ସଂରଚନାରେ ପରବର୍ତ୍ତୀସ୍ତରକୁ ଓଆର୍ଏସ୍ପି ସ୍ତର ‘ବି’କୁ ଉନ୍ନତି, ୯୦ପ୍ରତିଶତ ରାଜସ୍ଵ ନିରୀକ୍ଷକ ପଦବୀ ପଦୋନ୍ନତି ଭାବେ ସ୍ଥିର, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଗ୍ରୁପ ‘ଡି’ ପଦବୀ ଆଉଟସୋର୍ସିଂ ଦ୍ୱାରା ପୂରଣ, ଆର୍ଆଇ,ଏଆର୍ଆଇଙ୍କୁ ମଟର ସାଇକେଲ ଭତ୍ତା ପ୍ରଦାନ ଓ ରାଜସ୍ୱ ବିଭାଗ ପକ୍ଷରୁ ହେଉଥିବା ସମସ୍ତ କୃଷି ବିଭାଗର କାର୍ଯ୍ୟ ସେହି ବିଭାଗକୁ ସ୍ଥାନାନ୍ତର ଆଦି ଦାବି ରହିଥିବା ଜଣାପଡିଛି । ଏ ସମ୍ପର୍କିତ ଏକ ଦାବିପତ୍ର ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ମୁରିବାହାଲ ତହସିଲର ରାଜସ୍ୱ ନିରୀକ୍ଷକ ଅଭିଜିତ ସାହୁ, କୋଶଳ ଚନ୍ଦ୍ର ବେହେରା, ସଲମାନ ସୋରେଙ୍ଗ, ଅଯୋଧ୍ୟାନାଥ କହଁର, ଅତିରିକ୍ତ ରାଜସ୍ୱ ନୀରକ୍ଷକ ସୌମ୍ୟରଞ୍ଜନ ସାହୁ, ବିକାଶ ବେହେରା, ସଚ୍ଚିନ ମେଣ୍ଡଳି ଓ ହୃଦାନନ୍ଦ ବାଗଙ୍କ ସହ ସମସ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀ ସାମିଲ ହୋଇଥିବା ଜଣାପଡ଼ିଛି ।