jayashree

୬୬୨ ବର୍ଗ କଲେଜ ଅଧ୍ୟାପକ କର୍ମଚାରୀଙ୍କର ଆନ୍ଦୋଳନ ପାଇଁ ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟା ଘ.୫ଟା ସମୟରେ ଜିଲ୍ଲା ଯାଦବ ଭବନ ବଲାଙ୍ଗିର ଠାରେ ୬୬୨ କଲେଜ ବର୍ଗର ଅଧ୍ୟାପକ, ଅଧ୍ୟକ୍ଷ ଓ କର୍ମଚାରୀ ଜିଲ୍ଲା କମିଟିର ସଭ୍ୟମାନଙ୍କୁ ନେଇ ରାଜ୍ୟ ଉପସଭାପତି ତଥା ଜିଲ୍ଲା ସଭାପତି ପ୍ରଣବ କୁଅଁରଙ୍କ ନେତୃତ୍ୱରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସରକାରଙ୍କର ଶିକ୍ଷକ ମାରଣାନୀତି ତଥା ୪୮୮ ଓ ୬୬୨ ବର୍ଗର ଅଧ୍ୟାପକ କର୍ମଚାରୀମାନଙ୍କର ଦରମାର ତାରତମ୍ୟକୁ ଦୃଢ ନିନ୍ଦା କରାଯାଇ ରାଜ୍ୟ କମିଟିର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆଗାମୀ ୦୯.୦୨.୨୦୨୩ ତାରିଖରୁ ହେବାକୁ ଥିବା ଆନ୍ଦୋଳନରେ ବଲାଙ୍ଗିର ଜିଲ୍ଲାରୁ ଯୁକ୍ତଦୁଇ ଓ ଯୁକ୍ତତିନିର ସମସ୍ତ ଅଧ୍ୟକ୍ଷ ଏବଂ ଅଧ୍ୟାପକ ଓ କର୍ମଚାରୀ ଯୋଗଦାନ କରି ଦାବୀ ପୂରଣ ହେବା ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ଜିଲ୍ଲାର ସଂଖ୍ୟାଧିକ ଅଧ୍ୟାପକ କର୍ମଚାରୀ ଯୋଗଦାନ କରି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସଂପାଦକ ଛବିଳ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.