oom

୭ ଦଫା ଦାବୀ ପୁରଣ ନ ହେଲେ କେନ୍ଦୁପତ୍ର ଶ୍ରମିକ ଅସହଯୋଗ ଆନ୍ଦୋଳନ କରିବେ : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭ ଦଫା ଦାବୀ ପୁରଣ ନ ହେଲେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନର ଶ୍ରମିକ ମାନେ ଗୁଛାକଟା ସମୟରୁ ଡିଭିଜନର ସମସ୍ତ ଶ୍ରମିକ ଅସହଯୋଗ ଆନ୍ଦୋଳନ କରିବେ ବୋଲି ଆଜି ପଦ୍ମପୁର କେନ୍ଦୁପତ୍ର ଡିଏଫ୍‌ଓ ବିଭୁତି ଭୂଷଣ ବେହେରାଙ୍କ ସହ ଆଲୋଚନା ବେଳେ ସଂଘ ଚେତାବନୀ ଦେଇଛି । ଆଜି ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅଫିସରେ ସଂଘର ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଡିଏଫ୍‌ଓ ବିଭୁତି ଭୂଷଣ ବେହେରାଙ୍କ ସହ ଏକ ୭ ଦଫା ଦାବୀ ଉପରେ ଆଲୋଚନା କରାଯାଇଥିଲା । ଦାବୀମାନଙ୍କ ମଧ୍ୟରେ ରେଞ୍ଜମାନଙ୍କରେ ଖାଲିଥିବା ସର୍କଲ ଚେକର, ବନ୍ଧେଇ ଚେକର, ଚେକର, ମୁନସୀ, ଚପରାସୀ ପଦବୀ ପୁରଣ, ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କମାନଙ୍କୁ ଗ୍ରାଚୁଏଟି ପ୍ରଦାନ,୨୦୨୦ ମସିହାରୁ ସିଜିନାଲ କର୍ମଚାରୀଙ୍କ ଇପିଏଫ୍‌ ଲାଗୁ କରିବା, କେନ୍ଦୁପତ୍ର ତୋଲାଳିମାନଙ୍କୁ ୧୦୦% ବୋନସ ପ୍ରଦାନ କରିବା, ସିଜିନାଲ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ କରିବା, ସ୍ଥାୟୀ ଫଡିଘର ମେନଟେନାନସ୍‌ ନାମରେ ୧୭ ଲକ୍ଷ ଟଙ୍କାର ମିଥ୍ୟା ଭାଉଚର କରି ଟଙ୍କା ଆତ୍ମସାତ କରିବାର ତଦନ୍ତ କରିବା ଏବଂ ୨ ଜଣ ସିଜିନାଲ କର୍ମଚାରୀଙ୍କୁ ଦିଆଯାଇଥିବା ଡିସ୍‌ଏନ୍‌ଗେଜ୍‌ମେଣ୍ଟ ଅର୍ଡର ପ୍ରତ୍ୟାହାର କରିବା । ଡିଏଫ୍‌ଓ ଶ୍ରୀ ବେହେରା ଏ ସମସ୍ତ ଦାବୀ ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ୭ ଦଫା ଦାବୀ ପୁରଣ ନହେଲେ କେନ୍ଦୁପତ୍ର ଶ୍ରମିକମାନେ ଗୁଛାକଟା କାର୍ଯ୍ୟରେ ସଂପୂର୍ଣ୍ଣ ଅସହଯୋଗ କରିବେ ବୋଲି ଡିଏଫ୍‌ଓଙ୍କୁ ଜଣାଇ ଦେଇଥିବା ଶ୍ରମିକ ନେତା ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି । ଏହି ଆଲୋଚନା ସମୟରେ ହେଡଚେକର କୋକିଲ ସାହୁ, ଅରମାନ ଖାଁ, ମନୋହର ଗଉଡ, ବସନ୍ତ ସାହୁ, ଭାରତ ବିଶ୍ବାଳ, ଝସକେତନ ହାତୀ, ସୁରେଶ ପଣ୍ତା, ରଙ୍କମଣି ହୋତା, ଚକାମନ ପ୍ରଧାନ, ଖିତି ଭୂଷଣ ପ୍ରଧାନ, ଜୟ ନାରାୟଣ ଦାସ, ଭାର୍ତ୍ତିକ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.