oom

ଯୋଗ୍ୟ ପ୍ରାର୍ଥିନୀଙ୍କୁ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି କର ନଚେତ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ : ଆମ୍ବେଦକର ୱାରିୟର ସଂଘ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ନିଯୁକ୍ତିର ସତ୍ୟାସତ୍ୟ ଧିରେ ଧିରେ ବିରାଟ ରୂପ ନେବାରେ ମୁଣ୍ଡ ଟେକିଛି । ପୂର୍ବରୁ ଅନେକ ଗଣମାଧ୍ୟମରେ ଜାଲ ସାର୍ଟିଫିକେଟରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ଖବର ପ୍ରକାଶିତ ହୋଇଥିବା ବେଳେ ଆମ୍ବେଦକର ୱାରିୟର ସଂଘ ପକ୍ଷରୁ ପାଇକମାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜରିଆରେ ଜିଲ୍ଲାପାଳଙ୍କୁ ଅଙ୍ଗନୱାଡି ନିଯୁକ୍ତିର ତଦନ୍ତ କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ଅନୁସାରେ, ଗତ ତା.୧୬/୭/୨୦୨୨ରିଖ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପାଇକମାଲରେ ବିଜ୍ଞାପନ ପତ୍ର ସଂଖ୍ୟା – ୮୯୩ ପ୍ରକାଶ ପାଇଥିଲା । ଯୋଗ୍ୟ ଥିବା ପ୍ରାର୍ଥିନୀମାନେ ଆବଶ୍ୟକ ପ୍ରମାଣ ସହିତ ଅନଲାଇନ ଯୋଗେ ଆବେଦନ କରିଥିଲେ । ତନ୍ମଧ୍ୟରୁ ବର୍ତ୍ତମାନ ଚନ୍ଦ୍ରମା ବାଗ ନାମକ ପ୍ରାର୍ଥିନୀ ନିଯୁକ୍ତି ପାଇଛନ୍ତି । କିନ୍ତୁ ଦେବକୀ ଧରୁଆଙ୍କ ଯୋଗ୍ୟତା ବର୍ତ୍ତମାନ ନିଯୁକ୍ତି ପ୍ରାର୍ଥିନୀଙ୍କ ଠାରୁ ଅଧିକ ଅଟେ । ଯାହାର ଅଭିଯୋଗ ପତ୍ର ଆମ୍ବେଦକର ୱାରିୟର ସଂଘକୁ ଆସିଥିବାରୁ ସଂଘର ତଦନ୍ତ ଅନୁସାରେ ନିଯୁକ୍ତି ପାଇଥିବା ପ୍ରାର୍ଥିନୀ ଚନ୍ଦ୍ରମା ବାଗଙ୍କ ଶିକ୍ଷାଗତ ଯୋଗ୍ୟତା ଭୁଲ ଏବଂ ମିଥ୍ୟା ଅଟେ ବୋଲି ଲିଖିତ ଭାବରେ ଦର୍ଶାଇଛନ୍ତି । ସତ୍ୟତାର ସାଥ ଦେଇ ଲଢେଇ କରୁଥିବା ସଂଘର ପାଇକମାଲ ବ୍ଲକ ସଭାପତି ଜୟକୁମାର ଜାଲ, ଝାରବନ୍ଧ ବ୍ଲକ ସଭାପତି ମହେଶ କୁମାର ବାଘ ସମେତ ସୁଜନ ବାଗ, ମୁରଲୀ ସୁନା, ଜଗନ୍ନାଥ ବେଶ୍ରା, ସୁଶାନ୍ତ ରାବଣ, ପିତାମ୍ବର ବାଗ, ଦେବଚନ୍ଦ୍ର ବାଗ, ସ୍ଵର୍ଣ୍ଣ ବିଭାର, ସୁନିଲ ମହାନନ୍ଦ, ରାଧେଶ୍ୟାମ ସୁନା ବ୍ଲକ ଅଫିସକୁ ଯାଇ ଉକ୍ତ ତ୍ରୁଟିକୁ ସଂଶୋଧନ କରି ଯୋଗ୍ୟ ପ୍ରାର୍ଥିନୀ ଦେବକୀ ଧରୁଆଙ୍କୁ ଚାକିରି ଦେବା ସହିତ ଅନୁସୂଚିତ ଜନଜାତିରେ ଆସୁଥିବା ଆଦିବାସୀ ଝିଅ ପ୍ରତି ଅନ୍ୟାୟ କରିଥିବା ଅଫିସରମାନଙ୍କୁ ବରଖାସ୍ତ କରିବାକୁ ଆମ୍ବେଦକର ୱାରିୟର ସଂଘ ଦାବୀପତ୍ର ଦେଇଛି । ଯଦି ଆସନ୍ତା ୭ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନ ନେଲେ ସଂଘ ପକ୍ଷରୁ ଆଗାମୀ ଦିନରେ ପାଇକମାଲ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ସ୍ଥିର ହୋଇଥିବାର ଜଣାପଡିଛି ।

jittmm
Leave A Reply

Your email address will not be published.