oom

ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ସଜବାଜ ହେଲା ବଲାଙ୍ଗିର ନିଖିଳ ଓଡିଶା ଆଶା କର୍ମୀ ସଂଘ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନିଖିଳ ଓଡିଶା ଆଶା କର୍ମୀ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱ ଓ ଶାଶ୍ୱତ ଦାଶଙ୍କ ସଂଯୋଜନାରେ ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଏଆଇଟିୟୁସି ସଭାପତି କମ୍ରେଡ୍‌ ବିଭୁଦତ୍ତ ମିଶ୍ର ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଶା କର୍ମୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଆସନ୍ତା ଡିସେମ୍ବର ୫ ତାରିଖ ଦିନ ଭୁବନେଶ୍ୱରରେ ଚଳିତ ବିଧାନସଭା ଅଧିବେଶନ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେବା ସଂଗେ ଆଶା କର୍ମୀଙ୍କୁ ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରୀ ପ୍ରଦାନ, ପେନସନ ଯୋଜନାରେ ଅନ୍ତଭୁକ୍ତ ଇତ୍ୟାଦି ଦାବୀ ନେଇ ସଂଗ୍ରାମକୁ ଆହୁରି ବ୍ୟାପକ ଓ ଶାଣିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନବ ନିର୍ବାଚିତ ଏଆଇଟିୟୁସି କର୍ମକର୍ତ୍ତାମାନଙ୍କୁ ଏହି ସଭାରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସଂଘର ସଦସ୍ୟାମାନେ ସମ୍ମାନିତ କରିଥିଲେ । ଜିଲ୍ଲା ଏଆଇଟିୟୁସି ତଥା ରାଜ୍ୟ ପରିଷଦ ସଦସ୍ୟ ଦେବାଶିଷ ବାବୁ, ଜିଲ୍ଲା ସଭାପତି ତୀର୍ଥ ପଧାନ, ଜିଲ୍ଲା ସଂଯୋଜକ ଶାଶ୍ୱତ ଦାଶ, ଜିଲ୍ଲା ସଂପାଦିକା ଓମି ଗୁପ୍ତା ତଥା ବିଭିନ୍ନ ବ୍ଲକରୁ ଆସିଥିବା କାର୍ଯ୍ୟକାରିଣୀ ସଦସ୍ୟାମାନେ ଦାବୀ ହାସଲ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ଆହ୍ୱାନ କରିବା ସଙ୍ଗେ ସଙ୍ଗେ ଆସନ୍ତା ଡିସେମ୍ବର ୫ରେ ବିକ୍ଷୋଭକୁ ସଫଳ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସି ନେତା ପ୍ରୀତମ ଠାକୁର ଆଇ.ଏଲ୍‌.ସି ର ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବୀରେ ଓ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ଓ ୫ଟି ସହରାଞ୍ଚଳ କମିଟିର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣୀ ସାହୁ, ବାସନ୍ତୀ ସେଠ୍‌, ଦୁର୍ଯ୍ୟୋଧନ ବିଶ୍ୱାଲ, ଖାରୁଆ ମଲ୍ଲିକ, ସାଏବୁ ନନ୍ଦ, ସରସ୍ୱତୀ ଶର୍ମା, ମମତା ବାଗ, ଜୁଲି, ମମତା ଜେନା, ପ୍ରେମ ମଞ୍ଜରୀ ମହାନନ୍ଦ, ଆଶା ଦୀପ, ଭୂମିସୁତା ବେହେରା, ଅନୁପମା ସାଏ, ତରଣୀ ନାଗ, ମାଳତୀ ମଲ୍ଲିକ, ସ୍ନେହଲତା ବାଗ, ସବିତା ମେହେର, ଗୀତାଞ୍ଜଳି ଦାସ, ସନ୍ତୋଷିନୀ ଦୀପ, ଗୀତାଞ୍ଜଳି ମାଝି, ବିନୋଦିନୀ ଡାଙ୍ଗ, ଜୟନ୍ତୀ ପଧାନ, ନମିତା କୁମ୍ଭାର, ଯଶୋଦା ମହାନନ୍ଦ, ସଂଯୁକ୍ତା ଲୁହା, ମୀରା ବଗର୍ତ୍ତି, ଯଶୋବନ୍ତୀ ସାହୁ, ସେବତୀ ପୋଢ, ଶୋଭାଗିନୀ ତ୍ରିପାଠୀ ଓ ପଦ୍ମାବତୀ ସାହୁ ଯୋଗ ଦେଇ ଭୁବନେଶ୍ୱରକୁ ପ୍ରାୟ ୨୫୦୦ ପ୍ରତିନିଧି ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ମାଧବୀ ବେହେରା ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.