oom

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଦାବୀ ଆନ୍ଦୋଳନ ତେଜିଲା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘର ଆହ୍ୱାନ କ୍ରମେ ପଦ୍ମପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ସଂଘ, ରାଜନୈତିକ ଦଳ, ଜନ ପ୍ରତିନିଧି ଏବଂ ଜନସାଧାରଣଙ୍କୁ ନେଇ ଓକିଲ ସଂଘର କାର୍ଯ୍ୟାଳୟରେ ଓକିଲ ସଂଘର ସଭାପତି ଉମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀକୁ ତୀବ୍ରତର କରିବା ପାଇଁ ବିଭିନ୍ନ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଗଲା । ଓକିଲ ସଂଘର ନେତୃତ୍ୱରେ ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗଠିତ ହୋଇଥିଲା, ଆସନ୍ତା ୧୨/୧୧ /୨୦୨୨ ଶନିବାର ଦିନ ପୂର୍ବାହ୍ନ ୧୦ଟାରୁ ପଦ୍ମପୁର ନଗରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଯେଉଁଥିରେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ଜନପ୍ରତିନିଧି, ଜନସାଧାରଣ ଯୋଗଦାନ କରି ସହର ପରିକ୍ରମା ପରେ ଏକ ଦାବୀପତ୍ର ଉପଜିଲ୍ଲାପାଳ ପଦ୍ମପୁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଦାବୀ ହାସଲ ପର୍ଯ୍ୟନ୍ତ ଆହୁରି ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଆନ୍ଦୋଳନକୁ ଜାରି ରଖାଯିବା ପାଇଁ ଅନ୍ୟାନ୍ୟ ପନ୍ଥା ସହ ଆସନ୍ତା ୧୨/୧୨/ ୨୦୨୨ ଦିନ ଠାରୁ ପ୍ରତିଦିନ ପଦ୍ମପୁର କଚେରି ପରିସର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକାରାତ୍ମକ ଗଣଧାରଣା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.